ମୁଖ୍ୟ ଖବର
ଭୁବନେଶ୍ୱର: ନୂଆପଡାରେ ବିଜେପିର ଜୟ ଢୋଲକିଆ ସମସ୍ତଙ୍କୁ ପଛରେ ପକାଇ ଅପ୍ରତ୍ୟାଶିତ ଭାବେ ରେକର୍ଡ ଭୋଟରେ ନିର୍ବାଚିତ ହୋଇଛନ୍ତି । ଏପଟେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ । ଯାହା ଏବେ ଆଲୋଚନାର ବିଷୟ ପାଲଟିଛି । କିନ୍ତୁ ସବୁଠାରୁ ବଡ ଚର୍ଚ୍ଚା ହେଉଛି କଂଗ୍ରେସର ଅନ୍ତଃକନ୍ଦଳ ଯୋଗୁଁ ଅସନ୍ତୋଷ କୁହୁଳିବାରେ ଲାଗିଛି । ୨୦୨୪ ସାଧାରଣ ନିର୍ବାଚନରେ ଘାସିରାମ ମାଝୀ କଂଗ୍ରେସରୁ ଟିକେଟ ନପାଇ ସ୍ୱାଧୀନ ଭାବେ ଲଢ଼ି ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ । କଂଗ୍ରେସର ପକେଟ ଭୋଟ ବା ପ୍ରାର୍ଥୀ ଶରତ ପଟ୍ଟନାୟକ ୧୨ ହଜାର ଭୋଟ ପାଇଥିଲେ ।
ହେଲେ ଉପ ନିର୍ବାଚନ ଫଳାଫଳ ପରେ କଂଗ୍ରେସ ଭିତରେ ନିର୍ବାଚନ ପରିଚାଳନା ଅର୍ଥାତ ଭକ୍ତ ଦାସଙ୍କ ଏକଚାଟିଆ ନୀତିକୁ ସମାଲୋଚନା କରାଯାଇଛି । ନିର୍ବାଚନ ଫଳାଫଳକୁ କଂଗ୍ରେସ ଭିତରେ ଅସନ୍ତୋଷ ତେଜିବାରେ ଲାଗିଛି । ଉପକୂଳରୁ ଉପାନ୍ତ ପର୍ୟ୍ୟନ୍ତ ଜଣଙ୍କ ପରେ ଜଣେ ନେତା ଭକ୍ତଙ୍କ ବିରୋଧରେ ସିଧାସଳଖ ନହଲେ ମଧ୍ୟ ପରୋକ୍ଷରେ ସମାଲୋଚନା କରିଛନ୍ତି । ନୂଆପଡାରେ ଘାସିରାମ ଏତେ ଭୋଟରେ ହାରିବା ପାଇଁ ଭକ୍ତଙ୍କ ଦୁର୍ବଳ ନିର୍ବାଚନୀ ରଣନୀତିକୁ ନେଇ ଭକ୍ତଙ୍କୁ ଦାୟୀ କରିଛନ୍ତି ଦଳୀୟ ନେତା । ଅଧିକାଂଶ ନେତାଙ୍କ ମତ ହେଉଛି ଉପକୂଳିଆ ନେତାଙ୍କୁ ଅଣଦେଖା କରି ପ୍ରଚାର କାର୍ୟ୍ୟ ଗୁରୁତ୍ୱ ଦେଇଥିବାରୁ ଏହା କଂଗ୍ରେସକୁ ଚିତ ପଟାଙ୍ଗ କଲା ବୋଲି କୁହାଯାଉଛି । ସେଭଳି ପରିସ୍ଥିତିରେ ଆଗକୁ କଣ ହେବ କଂଗ୍ରେସର ସ୍ଥିତି ଭକ୍ତ ଦାଶଙ୍କୁ ଉପକୂଳିଆ ନେତା କେତେଦୂର ଗ୍ରହଣ କରିବେ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ।
ନୂଆପଡା ଉପ-ନିର୍ବାଚନ ଫଳାଫଳକୁ ନେଇ ବ୍ୟଥିତ ହୋଇଛନ୍ତି ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେଡି । ବିଶେଷକରି କଂଗ୍ରେସ କଥା ଯଦି କହିବା ଏଥର ଭକ୍ତଙ୍କ ନେତୃତ୍ୱରେ ନିର୍ବାଚନକୁ ଓହ୍ଲାଇଛନ୍ତି ଘାସିରାମ ମାଝୀ । ପୂର୍ବରୁ ପିସିସି ସଭାପତି ତଥା ଭକ୍ତଙ୍କର ଯେହେତୁ ପଶ୍ଚିମ ଓଡିଶାରେ ଦବଦବା ଥିଲା ସେହି ଦୃଷ୍ଟିରୁ ସମସ୍ତେ ଆଶା କରୁଥିଲେ କିଛି ଚମତ୍କାର ହେବ ବୋଲି । କିନ୍ତୁ ଦେଖାଗଲା କଂଗ୍ରେସ ଉପନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କଲା ।
ନୂଆପଡ଼ା ଉପନିର୍ବାଚନ କଂଗ୍ରେସ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପର୍ୟ୍ୟୟ ହେଲା । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ମାତ୍ର ୪୦,୧୨୧ ଭୋଟ ପାଇଥିଲେ, ଏବଂ ବିଜେପିର ଜୟ ଢୋଲକିଆଙ୍କଠାରୁ ବହୁତ ପଛରେ ଥିଲେ, ଯିଏ ୧,୨୩,୮୬୯ ଭୋଟ ପାଇଥିଲେ । ଏହି ପରାଜୟ ପାଇଁ ଅନେକ କାରଣ ଦାୟୀ ଥିଲା।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଏବଂ ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଭଳି ପ୍ରମୁଖ ନେତାଙ୍କ ସମେତ ୪୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ଥିବା ସତ୍ତ୍ୱେ, କଂଗ୍ରେସ ଦଳ ମାଝୀଙ୍କ ପାଇଁ ସମର୍ଥନ ହାସଲ କରିବାରେ ବିଫଳ ହୋଇଥିଲା । ଦଳର ପ୍ରଚାର ରଣନୀତିର ଅଭାବ ପରି ମନେ ହେଉଥିଲା, ନେତାମାନଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ଏବଂ ମତଭେଦ ଥିଲା । କଂଗ୍ରେସ ଦଳର ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ଏବଂ ନୂଆପଡା ନିର୍ବାଚନ ବିଫଳତା ଯୋଗୁ ଅସନ୍ତୋଷ ତେଜିବାରେ ଲାଗିଛି । ୨୦୨୪ ସାଧାରଣ ନିର୍ବାଚନରେ ଘାସିରାମ ମାଝୀ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ୫୨ ହଜାର ଭୋଟ ପାଇଥିଲେ, କଂଗ୍ରେସକୁ ସେତେବେଳେ ମିଳିଥିଲା ୧୨ ହଜାର ଭୋଟ । ନୂଆପଡା ଉପନିର୍ବାଚନରେ ଆଦିବାସୀ ମାନେ ଭକ୍ତଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
Comments ସମସ୍ତ ମତାମତ