Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡି ନିଜ ପାର୍ଟିର ହୋଇ ପାରିଲାନି କି ମାଟିର ମଧ୍ୟ ହେଲାନି:କଂଗ୍ରେସ

    Share on :
    ajab-Image
    Date: Nov 3, 2025    Views: 3016

    ନୂଆପଡ଼ା :- ନୂଆପଡା ଖୁଣ୍ଟିଆଭବନ ଠାରେ ପିସିସି ମେଡ଼ିଆ ସେଲ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମିଳନୀ କୁ ସମ୍ବୋଧିତ କରି ମିଡ଼ିଆ ସେଲ ଅଧକ୍ଷ ଅରବିନ୍ଦ ଦାସ କହିଲେ ଗାଓଁ ଗାଓଁ ମେଁ ଏକ ହି ନାମ ଘଶିରାମ ଏହି ସ୍ଲୋଗାନ ରୁ ତାଙ୍କ ଲୋକପ୍ରିୟତା ଅନୁମାନ କରାଯାଇପାରେ । ସେ ଓଡିଶାର ଏକମାତ୍ର ପ୍ରାର୍ଥୀ ଯିଏ ନିଜ ଭିଜନ ଡକୁମେଣ୍ଟ ପ୍ରକାଶ କରିବେ । ସେ ଭାରତର ଏକମାତ୍ର ବ୍ଲକ ଅଧକ୍ଷ ଯିଏ ଦୁର୍ନୀତିପାଇଁ ନିଜ ବ୍ଲକ ବିଡ଼ିଓ ଙ୍କୁ ଭିଜିଲାସନ୍ସ ହାତରେ ସମର୍ପି ଦେଇଥିଲେ । ସେ ତୃଣମୂଳ ସ୍ତରର ଏକମାତ୍ର ନେତା ଯିଏ ପଚାଶରୁ ଉର୍ଦ୍ଧ ସରକାରୀ କର୍ମଚାରୀ ଓ ନିର୍ବାଚିତ ପ୍ରତିନିଧିଙ୍କୁ ଦୁର୍ନୀତି ପାଇଁ ସସ୍ପେଣ୍ଡ କରାଇଥିଲେ । ଏବଂ ସେ ଜଣେ କିଙ୍ଗମେକର ମଧ୍ୟ ଥିଲେ । ପିସିସି ସଭାପତି ଭକ୍ତ ଦାସ ଏ ଅଂଚଳର ସାଂସଦ ଥିବାବେଳେ ସୁନାବେଡା ଅଂଚଳ ରେ ରହୁଥିବା କୁଟିଆ ଭୁଞ୍ଜିଆ ଆଦି ଆଦିବାସୀ ଙ୍କ ଉନ୍ନତି ପାଇଁ ୧୭୧ କୋଟି ଟଙ୍କାର ପ୍ୟାକେଜ ଆଣିଥିଲେ । ଠିକସେମିତି ଆମ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଦିବାସୀଙ୍କ ସାମଗ୍ରିକ ବିକାଶ ପାଇଁ ପ୍ରତିଶୃତିବଦ୍ଧ । ଡାକ୍ତର ଏବଂ ଶିକ୍ଷକ ଙ୍କ ପଦବୀ ପୂରଣ, ବ୍ୟାପକ ଜଳସେଚନ ବ୍ୟବସ୍ଥା, ଉପାର୍ଜିତ ଶସ୍ୟର ରକ୍ଷଣବେକ୍ଷଣ ପାଇଁ ଗୋଦାମ ଘର ନିର୍ମାଣ,ପନିପରିବା ଚାସ ଦ୍ୱାରା ଅଧିକ ରୋଜଗାର, ଶୀତଳ ଭଣ୍ଡାର ନିର୍ମାଣ ଆଦିବାସୀ ଆଦି ବିଭିନ୍ନ ସମସ୍ୟାର ସମାଧାନ କରିବା ଉଦେଶ୍ୟ ନେଇ ଶ୍ରୀ ମାଝୀ  ନିର୍ବାଚନରେ ପୁଣିଥରେ ଆପଣମାନଙ୍କ ପାଖକୁ ଆସୁଛନ୍ତି ତେଣୁ ସବୁଥର ଭଳି ଏଥର ମଧ୍ୟ ଅପଣଂକ ଭଲପାଇଁବା ଦେବେ ବଲି ଆଶା । 
    ଅନ୍ୟତମ ବକ୍ତା ପ୍ରସିଦ୍ଧ ସାମାଜିକ କର୍ମୀ ତଥା କଂଗ୍ରେସ ନେତା ସୁଦର୍ଶନ ଦାସ କହିଲେ ଓଡିଶା ବାସି ଜାଣିରଖିବା ଉଚିତ ବିଜେଡି ବିଜେପି ଭିନ୍ନ ନୁହନ୍ତି । କେବଳ ମାନସିକତା ନୁହେଁ, ଏମାନଙ୍କ ଭାଷା ମଧ୍ୟ ସମାନ। ମନେ ପକାନ୍ତୁ ବିଜେପୁର ଉପନିର୍ବାଚନ ବେଳେ ବିଜେପୁର ର ଦାୟିତ୍ୱ ମୋର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ପରବର୍ତୀ ସମୟରେ ବିଜେପୁର ଅବସ୍ଥା କଣ ହେଲା  ସମସ୍ତ ଙ୍କୁ ଜଣା । ଠିକ ସେଇକଥା ନୂଆପଡା ଦାୟିତ୍ୱ ମୋର ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ନିର୍ବାଚନ ହେଲେ ଦଳର ମୁଖ୍ୟ ଆସନ୍ତି । ନବୀନ ବାବୁ ଆସୁଛନ୍ତି ନୂଆକଥା ନୁହେଁ । ତେବେ ଏ ସବୁକୁ ନେଇ କଂଗ୍ରେସର କିଛି ପ୍ରଶ୍ନ ବିଜେପି ଏବଂ ସନ୍ୟାସୀ ରାଜନୀତିଜ୍ଞ ମଧ୍ୟରେ କିଛି ଡିଲ ହେଇଛିକି? ବିଜେଡିର ସ୍ବର୍ଗତ ବିଧାୟକଙ୍କ ପୁତ୍ରକୁ ବିଜେପି ହାତରେ ଟେକିଦିଆ ହେଇଚିକି?ନୂଆପଡାରେ ବିଜେଡି ପ୍ରାର୍ଥୀ ପାଇଁ ଯୋଗ୍ୟ କର୍ମକର୍ତା ନଥିଲେ କି? ବାହାର ଜିଲ୍ଲାରୁ ଆଣି ପ୍ରାର୍ଥୀ କରିବା ପଛରେ ବିଜେଡିର କିଛି ମନ୍ଦ ଉଦ୍ୟେଶ ଅଛିକି? ଆମର କଂଗ୍ରେସର ଅନ୍ୟଏକ ପ୍ରଶ୍ନ ଵିଜେଡି ବାହାର ଜିଲ୍ଲାରୁ ପ୍ରାର୍ଥୀ କଲା ନୂଆପଡା ର ବିଜେଡି କର୍ମକର୍ତ୍ତକ୍ଷ ଗଣ ସହୁଛନ୍ତି କେମିତି । ୨୫ ବର୍ଷ ଭାଇଭାଇ ହୋଇ ଶାସନ କରି ନୂଆପଡା ପାଇଁ କଣ କରିଛନ୍ତି । କେଉଁ ମୁହଁରେ ନବୀନବାବୁ ଆସୁଛନ୍ତି, କଣ ନବୀନ ବାବୁ ବିଜେପିକୁ ଜିତାଇବା ପାଇଁ ନୂଆପଡା ଆସୁଛନ୍ତି କି ? ପଶ୍ଚିମଓଡିଶାର କଣ୍ଟାବାଞ୍ଜିରେ ସେ ନିଜେଖୋଦ ହାରିଥିଲେ ନୂଆପଡା ରେ କଣ ପ୍ରଭାବ ପକାଇବେ ବୋଲି ଶ୍ରୀ ଦାସ ବିଜେଡି କୁ ବିଭିନ୍ନ ପ୍ରଶ୍ନ କରିଛନ୍ତି । 
    ସମ୍ମିଳନୀରେ ଉପସ୍ଥିତ ଥିବା ପିସିସି ମୁଖପାତ୍ର ବିଜେଡିକୁ କଡା ସମାଲୋଚନା କରିକହିଛନ୍ତି ଯେ ବିଜେଡି ଦଳ ନା ନିଜ ପାର୍ଟିର ହେଇପାରିଲା ନା ମାଟିର ନା ଲୋକଙ୍କ ନିଜର ହେଇପାରିଲା । ସେତେବେଳେର ନମ୍ବର ୧ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ଦାଦନଙ୍କ ଲୁହ ପୋଛି ପାରିଲେ ନାହିଁ, ଆଦିବାସୀଙ୍କ ଜଳ, ଜଙ୍ଗଲ, ଜମିର ସୁରକ୍ଷା ଦେଇପାରିଲେ ନାହିଁ କିନ୍ତୁ ଆଜି ଭୋଟ ମାଗିବା ପାଇଁ ବୀରତ୍ୱ ର ସହ ନୂଆପଡା ଆସୁଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook