Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସର "ଗାନ୍ଧୀ ପଥେ ଓଡିଶା" ପଦଯାତ୍ର ଆରମ୍ଭ

    Share on :
    ajab-Image
    Date: Oct 3, 2025    Views: 3185

    ମାଲକାନଗିରି: ପବିତ୍ର ଗାନ୍ଧୀ ଜୟନ୍ତୀରେ ମାଲକାନଗିରି ଜିଲ୍ଲା ମୋଟୁ ଠାରୁ ଆରମ୍ଭ ହୋଇଛି ରାଜ୍ୟ  "ଗାନ୍ଧୀ ପଥେ ଓଡିଶା" ପଦଯାତ୍ରା।  ଏହି କାର୍ୟ୍ୟକ୍ରମରେ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ପ୍ରଥମେ ମୋଟୁ ସ୍ଥିତ ମୁଗି ପଏଣ୍ଟଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗାନ୍ଧୀଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହାପରେ ଏକ ସାଧାରଣ ସଭା ହୋଇଥିଲା । 

    ଏହାପରେ ଏକ ବିଶାଳ ପଦଯାତ୍ରାରେ ମୋଟୁଠାରୁ ପଦଯାତ୍ରା ଆରମ୍ଭ କରିଥିଲେ ପିସିସି ସଭାପତି । ଏହି ପଦଯାତ୍ରାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡମ ଯୋଗ ଦେଇଥିଲେ । ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଜି ଶ୍ରୀନିବାସ ରାଓ, ରାଜ୍ୟ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ରାଜ୍ୟ ଯୁବ କଂଗ୍ରେସ କାର୍ୟ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ, ପୂର୍ବତନ ବିଧାୟକ ନିମାଇଁ ଚନ୍ଦ୍ର ସରକାର, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ଶୁଭେନ୍ଦୁ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ଜିଲ୍ଲା କଂଗ୍ରେସ ନେତା ମାଲା ମାଢ଼ିଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ନେତାମାନେ ସାମିଲ ହୋଇଥିଲେ। ଲଗାଣ ବର୍ଷା ହେବା ସତ୍ତ୍ୱେ ଏହି ବିଶାଳ ପଦଯାତ୍ରାରେ କଂଗ୍ରେସର ଶତାଧିକ କର୍ମୀ ସାମିଲ ହୋଇଥିଲେ। ଗୁରୁବାର ରାତ୍ର ସମୟରେ ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟାନ୍ୟ ନେତା ଓ କର୍ମୀମାନେ ପୋଟେରୁ ସ୍ଥିତ ହରିଚାନ୍ଦ ଆଶ୍ରମରେ ବିଶ୍ରାମ ନେଇ ଶୁକ୍ରବାର ସକାଳୁ ପୁଣି ପଦଯାତ୍ରାରେ ମାଥିଲି ଅଭିମୁଖେ ବାହାରିଛି ।

    Maximum 500 characters

    ରାଜନୀତି View all

    Find Us on Facebook