Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ, ଗିରଫ ହେଲେ ଭକ୍ତ ଦାଶ

    Share on :
    ajab-Image
    Date: Jul 17, 2025    Views: 3315

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ ଗିରଫ ହେଲେ ଭକ୍ତ ଦାଶ । ଫକୀରମୋହନ ମହାବିଦ୍ୟାଳୟ ମୃତ ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଓଡିଶା ବନ୍ଦ ଡାକରା । ଓଡିଶା ବନ୍ଦ ବେଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ ଉଦ୍ୟମ । ଓଡିଶା ବନ୍ଦ ବେଳେ ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ ବାସଭବନ ଘେରାଓ କରାଯାଇଛି । ପିସିସି ସଭାପତି ଭକ୍ତ ଚରଣ ଦାଶ, ପ୍ରଭାରୀ ଅଜୟ ଲଲୁ ସମେତ ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସଭାପତି ବରୁଣ ଚୌଧୁରୀଙ୍କୁ ପୋଲିସ ଗିରଫ କରିଛି । କଂଗ୍ରେସ ଭବନରୁ ପିସିସି ସଭାପତି, ପ୍ରଭାରୀ, ଛାତ୍ର କଂଗ୍ରେସ ସଭାପତି ସମେତ ହଜାର ହଜାର ସଂଖ୍ୟାରେ ଛାତ୍ର କଂଗ୍ରେସ ର କର୍ମୀ ଲୋୱାର ପିଏମଜି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଡକୁ ଅଗ୍ରସର ହୋଇଥିଲେ । ପୂର୍ବରୁ ପୋଲିସ ବ୍ୟାରିକେଡ କରି ସଜାଗ ରହିଥିଲା । ଛାତ୍ର କଂଗ୍ରେସ ସହ ପୋଲିସ ମୁଁହା ମୁଁହି ହୋଇଥିଲେ । କଂଗ୍ରେସ ଓ ପୋଲିସ ଧସ୍ତାଧସ୍ତି ହୋଇଥିଲେ । ପୋଲିସ ଛାତ୍ର କଂଗ୍ରେସର କର୍ମୀଙ୍କୁ ଉଠାଇ ନେଲା ।

    "ଏ ଲଢ଼େଇ କେବଳ କଂଗ୍ରେସର ଲଢ଼େଇ ନୁହେଁ ଓଡ଼ିଶାବାସୀଙ୍କର ଲଢ଼େଇ । ଆଜି ସବୁ ବିରୋଧୀ ଦଳ ଏକଜୁଟ ହୋଇ ଛାତ୍ରୀକୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଛନ୍ତି । ଏ ସଂଗ୍ରାମର ଅବଧି ଯେତେ ଦୀର୍ଘ ହେଉ ଆମ ଝିଅ ପାଇଁ ଆମେ ଲଢ଼ିବା, ମୁଖ୍ୟମନ୍ତ୍ରୀ ଇସ୍ତାଫା ଦିଅନ୍ତୁ ,ରାଜ୍ୟ ସରକାରଙ୍କ ବ୍ୟବସ୍ଥା ସମ୍ପୂର୍ଣ ଫେଲ ମାରିଛି," ବୋଲି ପିସିସି ସଭାପତି ଭକ୍ତ ଚରଣ ଦାଶ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook