Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଭକ୍ତଙ୍କ ଅନୁରୋଧ ରଖିଲା ଡ୍ରାଇଭର ମହାସଂଘ, କଂଗ୍ରେସ ପାଇଁ ଆନ୍ଦୋଳନ କୋହଳ

    Share on :
    ajab-Image
    Date: Jul 11, 2025    Views: 3100

    ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ଓଡ଼ିଶାରେ ସବୁଠୁ ବଡ଼ ସମାବେଶ ହେବାକୁ ଯାଉଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଏଆ‌ଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ରାଜଧାନୀରେ ରୋଡ୍‌ ସୋ’ କରିବା ସହ ବରମୁଣ୍ଡା ପଡ଼ିଆରେ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ’ ସମାବେଶରେ ଯୋଗଦେବେ। ହେଲେ ଡ୍ରାଇଭର୍‌ ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କଂଗ୍ରେସ କର୍ମୀଙ୍କୁ ଭୁବନେଶ୍ବରରେ ପହଞ୍ଚିବା ନେଇ ଆଶଙ୍କା ସୃଷ୍ଟି କରିଥିଲା। ବିଭିନ୍ନ ଜିଲ୍ଲାରୁ କର୍ମୀମାନେ ଭୁବନେଶ୍ବର ଆସିବାକୁ ବସ୍‌ ଏବଂ ଅନ୍ୟାନ୍ୟ ଗାଡ଼ି ମାଲିକଙ୍କୁ ବହୁ ପୂର୍ବରୁ ଅଗ୍ରିମ ଦେଇ ଗାଡ଼ି ଠିକ୍ କରିଥିଲେ ହେଁ ଏବେ ଗାଡ଼ି ଚଳାଇ ବାକୁ ଡ୍ରାଇଭର ମିଳୁନଥିଲେ। ବିଶାଳ ସମାବେଶ ବିଫଳ ହୋଇଯିବାର ଆଶଙ୍କା ସୃଷ୍ଟି ହେବାରୁ ପିସିସି ସଭାପତି ଭକ୍ତ ଚରଣ ଦାସ ଡ୍ରାଇଭର ମହାସଂଘକୁ ଦିନକ ପାଇଁ ଆନ୍ଦୋଳନ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ଏହାପରେ ମହାସଂଘ କହିଛି ଯେ ଆନ୍ଦୋଳନ ପ୍ରତ୍ୟାହାର ହେବନି। ଆମେ ଗାଡ଼ି ଅଟକାଇବୁନି କି ଡ୍ରାଇଭରଙ୍କୁ ହଇରାଣ କରିବୁନି। 

     ପିସିସି ସଭାପତି ଭକ୍ତ ଚରଣ ଦାସ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ  ସମ୍ବିଧାନ ବଞ୍ଚାଅ ସମାବେଶ ରାଜ୍ୟବାସୀଙ୍କ ପାଇଁ ହେଉଛି। ଏଥିରେ ଲକ୍ଷାଧିକ ଲୋକ ସାମିଲ୍ ହେବାକୁ ଚାହୁଁଛନ୍ତି। ତେଣୁ ଡ୍ରାଇଭରମାନେ ଆନ୍ଦୋଳନକୁ ଦିନକ ପାଇଁ ସ୍ଥଗିତ ରଖନ୍ତୁ। ସଂଧ୍ୟା ପର୍ୟ୍ୟନ୍ତ ଯେଉଁ ଡ୍ରାଇଭରମାନେ ଗାଡ଼ି ଆଣି ଆସିବେ ସେମାନଙ୍କୁ ମାଫ୍‌ କରନ୍ତୁ। ଶନିବାରଠାରୁ ପୁଣି ଆନ୍ଦୋଳନ କରନ୍ତୁ। କଂଗ୍ରେସ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ସମର୍ଥନ ଦେବ। ଭକ୍ତ କହିଛନ୍ତି ଯେ, ଆନ୍ଦୋଳନକୁ ଦିନକ ପାଇଁ ସ୍ଥଗିତ ରଖିବାକୁ ମୁଁ ମହାସଂଘର ସଭାପତିଙ୍କ ସହ ଦୁଇ ଦିନ ଭିତରେ ତିନି ଥର କଥା ହୋଇଛି। ଆଶା କରୁଛି ସେ ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ଆମ ସମାବେଶକୁ ସମର୍ଥନ କରିବେ।ଏହାପରେ ଡ୍ରା‌ଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଏକ ଭିଡିଓ ଜାରି କହିଛନ୍ତି ଯେ କଂଗ୍ରେସ ସଭାପତି ଓ ବିଧାୟକମାନଙ୍କ ସହ କଥା ହେବା ହେବା ପରେ ଆମେ ନିଷ୍ପତ୍ତି ନେଇଛୁ ଯେ ଆସନ୍ତାକାଲି କଂଗ୍ରେସ ସମାବେଶକୁ ଯେଉଁ ଗାଡ଼ିଗୁଡ଼ିକ ଆସିବ ସେଗୁଡ଼ିକୁ କେହି ଅଟକାଇବେନି। ଏହାସହ ସେ ଡ୍ରାଇଭରମାନଙ୍କୁ ଅନୁରୋଧ କରିଛନ୍ତି ଯେ ଶୁକ୍ରବାର ଯେଉଁ ଡ୍ରାଇଭରମାନେ କାଲି ଗାଡ଼ି ଆଣି ଆସିବେ ସେମାନଙ୍କୁ କେହି ହଇରାଣ କରିବେନି। 

    ଅପରପକ୍ଷେ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି ଯେ କଂଗ୍ରେସ ସମାବେଶକୁ ଲୋକ ଆସିବେନି ବୋଲି ଜାଣିବା ପରେ ଭକ୍ତ ଦାସ ବିଳିବିଳେଇ ହେଉଛନ୍ତି। ବାହନା ଖୋଜି ଡ୍ରାଇଭର ମହାସଂଘକୁ ଦାୟୀ କରୁଛନ୍ତି। କଂଗ୍ରେସ ତ ପୂର୍ବରୁ ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ସମର୍ଥନ କରିଛି। ଏବେ ପୁଣି କ’ଣ କହୁଛି ସେମାନେ ଦିନକ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଲେ କଂଗ୍ରେସ ତାଙ୍କ ଆନ୍ଦୋଳନକୁ ସମର୍ଥନ କରିବ। ସରକାର ଡ୍ରାଇଭର ସଂଘ ଦାବିଗୁଡ଼ିକୁ ବିଚାର କରୁଛନ୍ତି। ଖୁବ୍‌ଶୀଘ୍ର ସମାଧାନ ହେବ। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook