Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଏହି ନେତା ହୋଇପାରନ୍ତି ପିସିସି ସଭାପତି

    Share on :
    ajab-Image
    Date: Feb 3, 2025    Views: 3354

    ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ୮ରେ ଫଳ ଘୋଷଣା । ତା’ପରେ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ଓଡ଼ିଶାକୁ ମିଳିବ ନୂଆ ପିସିସି ସଭାପତି । ନିର୍ବାଚନ ପରେ ଦଳର ବରିଷ୍ଠ ନେତାମାନେ ବିଚାରବିମର୍ଶ କରି  ନାଁ ଘୋଷଣା କରିବେ। ତା’ ପୂର୍ବରୁ ଦିଲ୍ଲୀରେ  ପହଞ୍ଚିଛନ୍ତି କଟକ ବାରବାଟିର ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ସାମିଲ ହୋଇ ଦଳ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର  କରୁଛନ୍ତି । ତେବେ ମୋକିମ ନୂଆ ପିସିସି ସଭାପତି  ହୋଇପାରନ୍ତି ବୋଲି ଦଳର କିଛି ନେତା ସୂଚନା  ଦେଉଛନ୍ତି ।   

    ଦିଲ୍ଲୀ ବିଧାନସଭା ନିର୍ବାଚନରେ ସୋମବାର ରାହୁଲ ଗାନ୍ଧିଙ୍କ ପ୍ରଚାର ଥିବାରୁ ଏଥିରେ ସକ୍ରିୟ  ଭୂମିକା ଗ୍ରହଣ କରିଛନ୍ତି ଓଡ଼ିଶାର ଏକ ମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା । ସେ ପିସିସି ସଭାପତି ହୋଇପାରନ୍ତି ବୋଲି କୁହାଯାଉଥିଲେ ମଧ୍ୟ ସପ୍ତଗିରି ଆଗ୍ରହୀ ନଥିବା ସୂଚନା ମିଳିଛି । ତେଣୁ ଏବେ ମୋକିମଙ୍କ ସମେତ କଂଗ୍ରେସର  ବରିଷ୍ଠ ନେତା ଭକ୍ତଚରଣ ଦାସଙ୍କ ନାମକୁ ନେଇ  ଚର୍ଚ୍ଚା ଜୋର ଧରିଛି । କଂଗ୍ରେସର ଗୋଟିଏ ଗୋଷ୍ଠୀ ମୋକିମ ପିସିସି ସଭାପତି ହେବେ ବୋଲି କହୁଥିବା  ବେଳେ ଅନ୍ୟ ଏକ ଗୋଷ୍ଠୀ ଭକ୍ତ ହେବେ ବୋଲି  କହୁଛନ୍ତି। ତେବେ ଯିଏ ବି ହେଉ ପିସିସି ସଭାପତି ଶୀଘ୍ର ଘୋଷଣା କରାଯାଉ ବୋଲି ବରିଷ୍ଠ କଂଗ୍ରେସ  ବିଧାୟକ ତାରା ବାହିନୀପତି କହିଛନ୍ତି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ତେଣୁ ଦଳର  ମୁଖିଆ ନିଯୁକ୍ତି ଶୀଘ୍ର କରାଯାଉ ବୋଲି ତାରା ଯୁକ୍ତି  ବାଢ଼ିଛନ୍ତି । ତେବେ ମୋତେ ଦାୟିତ୍ୱ ଦେଲେ ମୁଁ  ମନା କରିବିନି। କିନ୍ତୁ ନିଜଆଡ଼ୁ ଯାଇ ଅନୁରୋଧ  କରିବିନି ବୋଲି ସେ ସ୍ପଷ୍ଟ କରିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook