Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟପାଳଙ୍କୁ ଭେଟିଲା ଯୁବ କଂଗ୍ରେସ

    Share on :
    ajab-Image
    Date: Jan 30, 2025    Views: 2836

    ଭୁବନେଶ୍ବର: ରାଜ୍ୟପାଳଙ୍କୁ ଭେଟିଲା ଯୁବ କଂଗ୍ରେସ । ରାଜ୍ୟରେ ବେକାରୀ ସମସ୍ୟାର ସମାଧାନ ସହ ସରକାରୀ ଚାକିରି ଆବେଦନର ବୟସ ସୀମା ୪୩ ବର୍ଷକୁ ବୃଦ୍ଧି କରିବା ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ରାଜ୍ୟ ଯୁବ କଂଗ୍ରେସର ପ୍ରତିନିଧି ମଣ୍ଡଳୀ । ଜାତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ସ୍ମୃତି ରଞ୍ଜନ ଲେଙ୍କା ନେତୃତ୍ୱରେ ଏକ ୮ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟି ଦାବି ଜଣାଇଛନ୍ତି ।
    ଏନେଇ ଜାତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସ୍ମୃତି ରଞ୍ଜନ ଲେଙ୍କା କହିଛନ୍ତି," ରାଜ୍ୟରେ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ରାଜ୍ୟ ସରକାର ଏ ଦିଗରେ ଆଖିଦୃଷ୍ଟିଆ ପଦକ୍ଷପ ନେଇନାହାନ୍ତି କି ନୂଆ ଚାକିରିର ସୁଯୋଗ ସୃଷ୍ଟି କରୁନାହାନ୍ତି । ଖାଲି ସେତିକି ନୁହେଁ ଅନେକ ରାଜ୍ୟରେ ସରକାରୀ ପଦପଦବୀ ପାଇଁ ସର୍ବୋଚ୍ଚ ବୟସ ସୀମା ୪୦ ବର୍ଷ, ୪୧ ବର୍ଷା ୪୨ ବର୍ଷ ଥିବାବେଳେ ଆମ ରାଜ୍ୟରେ ଏହି ବୟସ ସୀମା ୩୨ ବର୍ଷ ରହିଛି । ଯେଉଁଥି ପାଇଁ ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଉଛି । ତେଣୁ କଂଗ୍ରେସ ଦାବି କରିଛି ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ସରକାରୀ ପଦପଦବୀ ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୪୩ ବର୍ଷ ବୃଦ୍ଧି କରାଯାଉ । ଆଉ ଯୁବ ବର୍ଗଙ୍କୁ ରୋଜଗାର ଦିଆଯାଉ । କାରଣ ରାଷ୍ଟ୍ରଶକ୍ତିର ବିକାଶରେ ରାଜ୍ୟର ବିକାଶ ହୋଇଥାଏ ।"ସେ ଆହୁରି ମଧ୍ୟ କହିଛନ୍ତି," ଏହି ବୟସ ସୀମା ବୃଦ୍ଧି ଓ ନିଯୁକ୍ତିକୁ ନେଇ ପୂର୍ବରୁ ବିଜେପି ଦଳ ଯେତେବେଳେ ବିରୋଧୀ ଦଳରେ ରହିଥିଲା ସେତେବେଳେ ଏହି ଦାବି ଉଠାଇଥିଲା । କିନ୍ତୁ ଏବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ସେ ଦାବିକୁ ସମ୍ପୂର୍ଣ୍ଣ ଭୁଲି ଯାଇଛି । ଏହା ରାଜ୍ୟ ସରକାରଙ୍କ ଡବଲ ଷ୍ଟାଣ୍ଡାର୍ଡକୁ ତଳେ ପକାଇଛି । ସରକାରୀ ଚାକିରିରେ ବୟସ ସୀମା ୪୩ ବର୍ଷକୁ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ବାରମ୍ବାର ଭେଟିବା ପରେ ମଧ୍ୟ ଏନେଇ କୌଣସି ତତ୍ପରତା ପ୍ରକାଶ ପାଉନାହିଁ । ତେଣୁ ସରାକାରଙ୍କ ନିଷ୍କ୍ରିୟତା ପରେ ଆମେ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦେଇଛୁ । ସେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ଏନେଇ ସରକାରଙ୍କୁ ଅବଗତ କରାଇବେ । ଆମେ ଆଶା କରୁଛୁ ଅନ୍ୟ ରାଜ୍ୟ ପରି ଆମ ଦାବିକୁ ସରକାର ଶୁଣିବେ । ଆଉ ଚାକିରିର ବୟସ ସୀମା ବୃଦ୍ଧି କରିବେ ।

    Maximum 500 characters

    ରାଜନୀତି View all

    Find Us on Facebook