Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଯୋଗାଣ ମନ୍ତ୍ରୀ ଆଦିବାସୀମାନଙ୍କୁ ଉପହାସ କରିଛନ୍ତି:ଶ୍ରୀକାନ୍ତ ଜେନା

    Share on :
    ajab-Image
    Date: Nov 7, 2024    Views: 3014

    ଭୁବନେଶ୍ବର: କନ୍ଧମାଳ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ମୃତାହତ ଘଟଣାରେ ଜାରି ରହିଛି ଜୋରଦାର ରାଜନୀତି । ଘଟଣା ଆରମ୍ଭରୁ ବିଜେପି ସରକାରକୁ ଘେରୁଛି ବିଜେଡି । ଆଜି ଆଉ ପାଦେ ଆଗେଇ ଯୋଗାଣ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ଗିରଫ ଦାବି କରିଛି ବିଜେଡି । ଏଣେ ଯୋଗାଣ ମନ୍ତ୍ରୀଙ୍କ ନିଜ ମନ୍ତବ୍ୟ ପାଇଁ ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ରାଜ୍ୟ କଂଗ୍ରେସ । 
    କଂଗ୍ରେସ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, "ଯୋଗାଣ ମନ୍ତ୍ରୀ ଆଦିବାସୀମାନଙ୍କୁ ଉପହାସ କରିଛନ୍ତି । ଏଯାଏ ଘଟଣା ସ୍ଥଳକୁ କୌଣସି ମନ୍ତ୍ରୀ ଯାଇ ନାହାନ୍ତି । ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ, ସବୁ ଲୋକଙ୍କୁ ଚାଉଳ ଦେବା କଥା । ଅକ୍ଟୋବର ମାସର କୋଟା କାହିଁକି ବିଳମ୍ବ କରାଗଲା । ମନ୍ତ୍ରୀ କହିଥିଲେ ଆମ୍ବ କୋଇଲି ଖାଇବା ତାଙ୍କର ନିତିଦିନିଆ ଖାଦ୍ୟ । ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରିବା ସହ ତାଙ୍କ ଇସ୍ଥଫା ଦାବି କରିଛୁ । ଜଊଉ ଏପର୍ୟ୍ୟନ୍ତ ଯାଇନାହାନ୍ତି । ଗତକାଲି କେବଳ ଜିଲ୍ଲାପାଳ ଯାଇଥିଲେ । ଏଭଳି ଦାୟିତ୍ବହୀନତା ପାଇଁ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେଉ । ଜଣେ ସିଟିଂ ଜଜଙ୍କ ଦ୍ଵାରା ଏହାର ବିଚାରବିଭାଗୀୟ ତଦନ୍ତ କରାଯାଉ । କ'ଣ ପାଇଁ ସରକାର ଅକ୍ଟୋବର ମାସର ଚାଉଳ ଅଟକାଇଥିଲେ । ଅନ୍ତୋଦୟ ଯୋଜନା ଅନୁଯାୟୀ ୩ ମାସର ଚାଉଳ ଦେବା ଦରକାର । ଆମେ ଗତକାଲି ରାଜ୍ୟପାଳଙ୍କୁ ଭେଟିବା ପରେ ତୁରନ୍ତ ଅକ୍ଟୋବର ମାସର ଚାଉଳ ଦେବାକୁ ନିର୍ଦ୍ଦେଶ ଦେଲେ । ମୁଖ୍ୟମନ୍ତ୍ରୀଙ୍କ ସତ୍ ସହାସ୍ ନାହିଁ । ସେ ନିଜେ କନ୍ଧମାଳ ଯାଆନ୍ତୁ ।"
    ସେପଟେ ଦାରିଙ୍ଗବାଡିରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ସେ କହିଛନ୍ତି, "ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜନୀତିରେ ଜଣେ ଅଭିଜ୍ଞତା ସମ୍ପର୍ଣ୍ଣ ବ୍ୟକ୍ତି । ଆମ୍ବ ଟାକୁଆ ଖାଇ ମୃତ୍ୟୁ ବରଣ କରିଥିବା ଓ ଅସୁସ୍ଥଙ୍କ ପାଖରେ ଚାଉଳ ଥିଲା, ଖାଦ୍ୟର ଅଭାବ ନଥିବା ବୋଲି ମନ୍ତ୍ରୀ ଯେଉଁ ମିଥ୍ୟା ତଥ୍ୟ ଉପସ୍ଥାପନ କରିଛନ୍ତି ଏହା ଏକ ଅକ୍ଷମଣୀୟ ଅପରାଧ । ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ସାରା ଓଡ଼ିଶାବାସୀ ନିନ୍ଦା କରୁଛନ୍ତି । ମୁଁ ବି ନିନ୍ଦା କରୁଛି । ମନ୍ତ୍ରୀ ଏହି କଥାକୁ ତର୍ଜମା କରି ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ।"

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook