Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶା ପାଇଁ ଏଆଇସିସିର ବଡ଼ ନିର୍ଦେଶ

    Share on :
    ajab-Image
    Date: Oct 18, 2024    Views: 3191

    ଭୁବନେଶ୍ୱର: ବିନା ମୁଖିଆରେ ଚାଲିଛି ରାଜ୍ୟ କଂଗ୍ରେସ । ଦିଲ୍ଲୀରେ ଦୁଇ ଗୋଷ୍ଠୀ ଲବି କରି ଫେରିଆସିଲେଣି । କିନ୍ତୁ ଚୂଡାନ୍ତ ହୋଇପାରୁନି ପିସିସି ସଭାପତିଙ୍କ ନାଁ । ଓଡ଼ିଶା ପିସିସି ସାଂଗଠନିକ ବ୍ୟାପାର ଓ ନେତୃତ୍ବ ନେଇ ଏଆଇସିସିର ତନାଘନା ଆରମ୍ଭ କରିଛି। ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହାନ୍ତଙ୍କୁ ଦାୟିତ୍ବ ଦିଆଯାଇଛି। ତୁରନ୍ତ ଓଡ଼ିଶା ପହଞ୍ଚି ରିପୋର୍ଟ କରିବାକୁ ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହାନ୍ତଙ୍କୁ ଏଆଇସିସି ନିର୍ଦେଶ ଦେଇଛି। ଅନ୍ୟତମ ସଦସ୍ୟ ମିନାକ୍ଷୀ ନଟ୍ଟରାଜନଙ୍କ ସହ କୋଅର୍ଡିନେଟର ପାଇଁ ପରାମର୍ଶ ଦିଆଯାଇଛି। ସାଧାରଣ ନିର୍ବାଚନରେ ପ୍ରଚଣ୍ଡ ପରାଜୟ ପରେ ଏଆଇସିସି ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦେଇଛି। ଓଡ଼ିଶା କଂଗ୍ରେସକୁ ଆଗକୁ ନେବା ପାଇଁ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ହେଲେ ଷ୍ଟିୟରିଂ କମିଟିର କାର୍ୟ୍ୟ ସେମିତି ପ୍ରଭାବୀ ହୋଇ ପାରି ନାହିଁ। ଓଡ଼ିଶା ପ୍ରଭାରୀ ତଥା ଷ୍ଟିୟରିଂ କମିଟି ମୁଖ୍ୟ ଡଃ ଅଜୟ କୁମାର ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବ୍ୟସ୍ତ ରହିଛନ୍ତି। ତେଣୁ ଦୀର୍ଘ ଦିନ ହେବ ରାଜ୍ୟ କଂଗ୍ରେସ ନେତୃତ୍ୱହୀନ ଭାବେ ରହିଥିବାରୁ ତୁରନ୍ତ ରାଜ୍ୟ କଂଗ୍ରେସକୁ ନୂଆ ନେତୃତ୍ୱ ଦେବା ପାଇଁ ଏଆଇସିସି ଚରଣ ଦାସ ମହନ୍ତଙ୍କୁ ନିଯୁକ୍ତି ଦେଇଥିବା କୁହାଯାଉଛି।

    ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ରାଜନୈତିକ ଦୃଶ୍ୟପଟ୍ଟ ଭିନ୍ନ ରହିଛି । ଏହି ସମୟରେ ଉଦବେଗ ପ୍ରକାଶ କରି  ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୀଘ୍ର  ପିସିସି ସଭାପତି ଚୟନ ପାଇଁ ଏଆଇସିସିକୁ ଚିଠି ବି ଲେଖିସାରିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook