Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କଂଗ୍ରେସକୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି

    Share on :
    ajab-Image
    Date: Apr 1, 2024    Views: 4336

    ନୂଆଦିଲ୍ଲୀ: କଂଗ୍ରେସକୁ ବଡ ଆଶ୍ବସ୍ତି । ଇନକମ ଟ୍ୟାକ୍ସ ରିକୋଭରୀ ବିରୋଧରେ କଂଗ୍ରେସର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିବା ବେଳେ କଂଗ୍ରେସକୁ ଆଶ୍ବସ୍ତି ମିଳିଛି । ସୁପ୍ରିମକୋର୍ଟ ଶୁଣାଣି ସମୟରେ ଆୟକର ବିଭାଗ ପକ୍ଷରୁ କୁହାଯାଇଛି, ଏହି ପ୍ରସଙ୍ଗରେ ଆମେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ । ନିର୍ବାଚନ ପରେ ଶୁଣାଣି ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ କଂଗ୍ରେସକୁ ଦିଆଯାଇଥିବା ନୋଟିସ ବିରୋଧରେ ଦାଖଲ ହୋଇଥିବା ଆବଦେନର ଶୁଣାଣି ଜୁଲାଇରେ ହେବ । ପ୍ରକାଶଥାଉକି, ଗତ ମାର୍ଚ୍ଚ ୨୯ ତାରିଖ ଦିନ କଂଗ୍ରେସକୁ ୩୫୦୦ କୋଟି ଟଙ୍କାର ନୋଟିସ ପଠାଇଥିଲା ଆୟକର ବିଭାଗ ।

    ଶୁଣାଣି ସମୟରେ ଆୟକର ବିଭାଗ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇଥିଲେ । ସେ କହିଥିଲେ, "ଆମେ ଚାହୁଁନାହୁଁ ନିର୍ବାଚନ ସମୟରେ କୌଣସି ଦଳ ଅସୁବିଧାର ସମ୍ମୁଖୀନ ହୁଅନ୍ତୁ । ତେଣୁ ବର୍ତ୍ତମାନ ୩୫୦୦ କୋଟି ଟଙ୍କାର ଟ୍ୟାକ୍ସ ବିରୋଧରେ କୌଣସି ପଦକ୍ଷେପ ନିଆଯିବ ନାହିଁ । ସଲିସିଟର ଜେନେରାଲ ବିବି ନାଗରତ୍ନଙ୍କ ବେଞ୍ଚକୁ କହିଥିଲେ, ନୋଟିସ ବିରୋଧରେ ମାମଲାର ଶୁଣାଣି ନିର୍ବାଚନ ପର୍ୟ୍ୟନ୍ତ ସ୍ଥଗିତ ରଖାଯିବ ଉଚିତ୍‌ ।
    ଲୋକସଭା ନିର୍ବାଚନ ପୂର୍ବରୁ ଆୟକର ବିଭାଗ ପକ୍ଷରୁ କଂଗ୍ରେସକୁ ଏକ ଝଟକା ଲାଗିଥିଲା । ୨୦୧୪-୧୫ ଏବଂ ୧୬-୧୭ ବର୍ଷ ପାଇଁ ୧,୭୪୫ କୋଟି ଟଙ୍କା ଟ୍ୟାକ୍ସ ନୋଟିସ ଜାରି କରିଥିଲା ଆୟକର ବିଭାଗ । ପରେ ଆୟକର ବିଭାଗ ପକ୍ଷରୁ ଆଉ ୩ଟି ନୋଟିସ ଜାରି କରାଯାଇଥିଲା । ଅର୍ଥାତ ବର୍ତ୍ତମାନ ସୁଦ୍ଧା ମୋଟ ୩,୫୬୭ କୋଟି ଟଙ୍କାର ଟ୍ୟାକ୍ସ ନୋଟିସ ପଠାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook