Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଡିସେମ୍ବର ୧ରେ କଂଗ୍ରେସ କରିବ ‘ତୁଳସୀ ଯାତ୍ରା’

    Share on :
    ajab-Image
    Date: Nov 13, 2023    Views: 3196

    ଭୁବନେଶ୍ୱର: ଡିସେମ୍ବର ୧ରେ କଂଗ୍ରେସ ସାରା ରାଜ୍ୟରେ କରିବ ‘ତୁଳସୀ ଯାତ୍ରା’ । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଏବଂ ରତ୍ନଭଣ୍ଡାର ଖୋଲିବା ଦାବିରେ ସବୁ ପଞ୍ଚାୟତରୁ ତୁଳସୀ ଆସି ପୁରୀ ବଡଦାଣ୍ଡରେ ପହଞ୍ଚିବ । ଏନେଇ ପ୍ରେସମିଟରେ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।
    ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲିବା, ରତ୍ନଭଣ୍ଡାରର ମରାମତି ଓ ରତ୍ନ ଅଳଙ୍କାର ଗଣନା, ଅମୃତମଣୋହୀ ଜମି ଫେରସ୍ତ ଆଣିବା ଆଦି ଦାବିରେ ଆସନ୍ତା ୧ ତାରିଖରେ କଂଗ୍ରେସ ‘ତୁଳସୀ ଯାତ୍ରା’ ଆରମ୍ଭ କରିବ । ପ୍ରତ୍ୟେକ ଗାଁ ଓ ପଂଚାୟତରୁ କର୍ମୀମାନେ ତୁଳସୀ ସଂଗ୍ରହ କରିବେ । ରାଜ୍ୟର ୩୧୪ ବ୍ଲକ୍‌ରୁ ତୁଳସୀ ପତ୍ର ସଂଗ୍ରହ କରାଯିବ।
    ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ସାଧାରଣ ଲୋକ, ଜଗନ୍ନାଥ ପ୍ରେମୀ, ଯୁବକ ଯୁବତୀ, ଛାତ୍ରଛାତ୍ରୀ, ହବିଷ୍ୟାଳି, ଭକ୍ତ ଓ ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କଠାରୁ ତୁଳସୀ ସଂଗ୍ରହ କରାଯିବ । ଜିଲ୍ଲା କଂଗ୍ରେସ ସଭାପତିଙ୍କ ତତ୍ତ୍ୱାବଧାନରେ ନଗର,ବ୍ଲକ ସଭାପତିମାନେ ବୁଥ, ୱାର୍ଡ ଓ ପଞ୍ଚାୟତ ସଭାପତିଙ୍କ ଜରିଆରେ ତୁଳସୀ ସଂଗ୍ରହ କରିବେ ।

    Maximum 500 characters

    ରାଜନୀତି View all

    Find Us on Facebook