ମୁଖ୍ୟ ଖବର
ଭୁବନେଶ୍ୱର: କଂଗ୍ରେସ କରିବ ସଂକୀର୍ତ୍ତନ ସତ୍ୟାଗ୍ରହ । ଆଜି ଦିନ ୧୨ଟା ଯାଏଁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ଦୀପ ଜାଳିବା ସହ ଘଣ୍ଟ ଘଣ୍ଟା ବଜାଇ ଆନ୍ଦୋଳନ କରିବ ଦଳ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ ଏପରି ପ୍ରତିବାଦ କରାଯିବ । ଗତ ୧୬ ତାରିଖ ଦିନ କଂଗ୍ରେସ ପକ୍ଷରୁ ପୁରୀରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ମରାମତି ଆଦି ଦାବିରେ ଆନ୍ଦୋଳନ କରାଯାଇଥିଲା । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଦାବି ପତ୍ର ଦେଇଥିଲେ । ୨୮ ତାରିଖ ଭିତରେ ଏନେଇ ପଦକ୍ଷେପ ନେବାକୁ କଂଗ୍ରେସ ପକ୍ଷରୁ କୁହାଯାଇଥିଲା । ହେଲେ କଣ୍ଟ ପୁରିଥିଲେ ମଧ୍ୟ ଦାବି ପୂରଣ ହୋଇନଥିବାରୁ ସଂକୀର୍ତନ ସତ୍ୟାଗ୍ରହ କରିବ ଦଳ ।
Comments ସମସ୍ତ ମତାମତ