Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟ କଂଗ୍ରେସକୁ ଘାରିଛି ସ୍ଥିତି ସୁଧାରିବା ଚିନ୍ତା

    Share on :
    ajab-Image
    Date: Oct 29, 2023    Views: 4768

    ଭୁବନେଶ୍ବର: ରାଜ୍ୟ କଂଗ୍ରେସକୁ କେନ୍ଦ୍ରୀୟ ନେତା ଭରସା । କନ୍ଦଳ ଭିତରେ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । କେନ୍ଦ୍ରୀୟ ନେତାଙ୍କୁ ଆଣି ଦଳ ତୃଣମୂଳ ସ୍ତରରୁ ସ୍ଥିତି ସଜାଡ଼ିବାକୁ ଅଣ୍ଟା ଭିଡ଼ିଛି । ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବା ଲାଗି ଆମନ୍ତ୍ରଣ କରିଛି ରାଜ୍ୟ କଂଗ୍ରେସ । ଅନ୍ୟପଟେ ନିଜ ଉପରୁ ଦଳୀୟ ନିଲମ୍ବନ ଉଠାଇବା ପାଇଁ ବିଧାୟକ ମହମ୍ମଦ ମୋକିମ ବ୍ୟାକଳୁ ଥିବା ବେଳେ ଏବେ ନିଲମ୍ବନ ଉଠିବ ନାହିଁ ବୋଲି ପିସିସି ପ୍ରଭାରୀ କହିଛନ୍ତି । ସେପଟେ ଟିକେଟ୍‌ ବଣ୍ଟା ନେଇ କଂଗ୍ରେସ କସରତ ଆରମ୍ଭ କରିଛି ।

    ରାଜ୍ୟ କଂଗ୍ରେସକୁ ଘାରିଛି ସ୍ଥିତି ସୁଧାରିବା ଚିନ୍ତା । ଦଳ ନେବ କେନ୍ଦ୍ରୀୟ ନେତାଙ୍କ ସହାୟତା । ଓଡ଼ିଶା ଆସିବାକୁ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଆମନ୍ତ୍ରଣ । ମୋକିମଙ୍କ ନିଲମ୍ବନକୁ ଝୁଲାଇ ରଖିଲେ ପ୍ରଭାରୀ । ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ଡିସେମ୍ବରରୁ ଜାନୁଆରୀ ଭିତରେ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଛି ରାଜ୍ୟ କଂଗ୍ରେସ । କେନ୍ଦ୍ରୀୟ ନେତାଙ୍କ ସହାୟତାରେ ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ମଜଭୁତ କରିବା ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରିଛି । ରାହୁଲ ଗାନ୍ଧୀଙ୍କୁ ନେଇ ୪ଟି ବଡ଼ସଭା କରିବାକୁ ଦଳ ଲକ୍ଷ୍ୟ ରଖିଥିବା ପିସିସି ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି । ପାଞ୍ଚଟି ରାଜ୍ୟରେ ନିର୍ବାଚନ ପରେ କଂଗ୍ରେସର ଟପ୍‌ କେନ୍ଦ୍ରୀୟ ନେତା ଓଡ଼ିଶା ଆସିବା କାର୍ୟ୍ୟକ୍ରମ ଥିବାରୁ ଦଳ ଗ୍ରାଉଣ୍ଡରେ ପ୍ରସ୍ତୁତି ଆରମ୍ଭ କରିଛି । ୨୦୨୪ ନିର୍ବାଚନ ପାଇଁ ନଭେମ୍ବର ଶେଷ ସୁଦ୍ଧା ବୁଥ୍‌ କମିଟି ଗଠନ କରାଯିବ ବୋଲି ପିସିସି ସଭାପତି କହିଛନ୍ତି ।
    କେନ୍ଦ୍ରୀୟ ନେତାଙ୍କୁ ଓଡ଼ିଶା ଆଣି ସଂଗଠନକୁ ଚଳଚଞ୍ଚଳ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ କଂଗ୍ରେସ । କିନ୍ତୁ ଓଡ଼ିଶାକୁ ଏଆଇସିସି ଫୋକସ୍‌ କରୁନଥିବା ଚର୍ଚ୍ଚା ହେଉଛି । ଏଭଳି ସ୍ଥିତିରେ ରାଜ୍ୟ କଂଗ୍ରେସ ୨୪ ନିର୍ବାଚନ ପାଇଁ କିପରି ପାଗ ଭିଡ଼ିବ ତା’ ଉପରେ ସମସ୍ତଙ୍କ ନଜର ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook