Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି

    Share on :
    ajab-Image
    Date: Sep 22, 2022    Views: 3881

    ନୂଆଦିଲ୍ଲୀ: ଆଜି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଆସନ୍ତା ୨୪ରୁ ୩୦ ତାରିଖ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିବେ ବୋଲି କୁହାଯାଇଛି । ଅକ୍ଟୋବର ୧୭ ତାରିଖରେ କଂଗ୍ରେସ ସଭାପତି ନିର୍ବାଚନ ହେବାକୁ ଥିବା ବେଳେ, ଆଜି ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ନିର୍ବାଚନ ଶେଷ ହେବା ପରେ ୧୯ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

    ସଭାପତି ନିର୍ବାଚନରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଶଶି ଥରୁରଙ୍କ ନାମକୁ ନେଇ ଚର୍ଚ୍ଚା ଜୋରଦାର ଲାଗିରହିଛି । ଥରୁର ତାଙ୍କର ପ୍ରାର୍ଥିତ୍ବକୁ ନେଇ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ବୁଧବାର ସେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପରିଚାଳନା ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରିଙ୍କୁ ଭେଟି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ସମ୍ପର୍କରେ ବୁଝିଛନ୍ତି। ସୋମବାର ଥରୁର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ନିମନ୍ତେ ଅନୁମତି ଲୋଡିଥିବା ଜଣାଯାଇଛି।
    ଥରୁରଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହେବାକୁ ଯାଉଛନ୍ତି ଅଶୋକ ଗେହଲଟ। ଗାନ୍ଧୀ ପରିବାରର ଅତ୍ୟନ୍ତ ଅନୁଗତ ଭାବେ ପରିଚିତ ଗେହଲଟ ବୁଧବାର ସୋନିଆଙ୍କୁ ସାକ୍ଷାତ କରିଛନ୍ତି। ସୋନିଆଙ୍କୁ ସାକ୍ଷାତ ପରେ ସେ ମୁମ୍ବଇ ଯିବେ। ସେଠାରେ ସେ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି କଂଗ୍ରେସ ନେତୃତ୍ବ ଭାର ବହନ ନିମନ୍ତେ ତାଙ୍କୁ ମନାଇବାକୁ ଚେଷ୍ଟା କରିବେ। ଗେହଲଟ କହିଛନ୍ତି ଯେ ଦଳୀୟ ଲୋକ ଇଚ୍ଛା ପ୍ରକାଶ କଲେ ସେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେ।

    Maximum 500 characters

    ରାଜନୀତି View all

    Find Us on Facebook