Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଅକ୍ଟୋବର ୧୮ ପରେ ପିସିସିର ଚୂଡାନ୍ତ ରୂପରେଖ

    Share on :
    ajab-Image
    Date: Sep 21, 2022    Views: 3025

    ଭୁବନେଶ୍ବର: କେବେ ହେବ ପିସିସି ନୂଆ କମିଟିର ନବକଳେବର ? ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶରତ ପଟ୍ଟନାୟକ ନୂତନ ପିସିସି ସଭାପତି ହେବାପରେ ତାଙ୍କ ନୂଆ ଟିମ୍‌କୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । କିଏ ପାଇବ ସ୍ଥାନ କିଏ ପଡିବେ ବାଦ ତାକୁ ନେଇ ଆଶଙ୍କା ଲାଗିରହିଛି । ପିସିସି ନୂଆ କମିଟି ନେଇ ଇଓଉଉକୁ ଚୂଡ଼ାନ୍ତ ତାଲିକା ପ୍ରଦାନ କରାଯାଇଛି ।

    ସାରା ଦେଶରେ ପିସିସି ପୁନର୍ଗଠନ,ସାଙ୍ଗଠନିକ ଘର ସଜଡ଼ା ଚାଲିଛି । ତେଣୁ ରାଜ୍ୟରେ ପିସିସି ନୂଆ କମିଟି ଗଠନ ନେଇ ବିଳମ୍ବ ହେଉଛି । ଅକ୍ଟୋବର ୧୮ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରହିଛି । ତାପରେ ଚୂଡାନ୍ତ ତାଲିକା ଆସିବ ବୋଲି ପିସିସି ସଭାପତି ଶରତ ପଟନାୟକ କହିଛନ୍ତି ।ଜାତୀୟ କଂଗ୍ରେସରେ ଗୋଟିଏ ଗୋଷ୍ଠୀ ଜାତୀୟ ଦଳର ପରମ୍ପରାରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି । ଅଣଗାନ୍ଧୀଙ୍କ ହାତରେ କଂଗ୍ରେସ ଡୋର ଦେଲେ ଦଳ ପାଇଁ ଶୁଭଙ୍କର ହେବ ବୋଲି ମତ ରଖିଥିଲେ । କଂଗ୍ରେସର ଅସନ୍ତୁଷ୍ଟ ଏଭଳି କିଛି ଚିଠି ଲେଖିଥିବା ପୂର୍ବରୁ ନଜିର ରହିଛି । ସେପଟେ ଅନ୍ୟ ଏକ ଗୋଷ୍ଠୀ ଏବେ ବି ରାହୁଲ ଗାନ୍ଧୀଙ୍କୁ ସଙ୍ଗଠନ ଦାୟିତ୍ବ ଦେବାକୁ ଅଡ଼ି ବସିଛନ୍ତି ।
    ସେପ୍ଟେମ୍ବର ୨୪ ତାରିଖରୁ ୩୦ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବ । ଏହାପରେ ଅକ୍ଟୋବର ୧ ତାରିଖରେ ଚୂଡ଼ନ୍ତ ତାଲିକା ପ୍ରକାଶ ପାଇବା ପରେ ଅକ୍ଟୋବର ୧୭ରେ ମତଦାନ ଓ ୧୯ ତାରିଖରେ ଫଳାଫଳ ଘୋଷଣା ହେବ । ଏହାକୁ ଓଡ଼ିଶା ଗସ୍ତ ବେଳେ ସୂଚନା ପ୍ରଦାନ କରିଥିଲେ କଂଗ୍ରେସ ସାଂସଦ ନୀରଜ ଡାଙ୍ଗି ।

    Maximum 500 characters

    ରାଜନୀତି View all

    Find Us on Facebook