Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶାରେ ପଦଯାତ୍ରା କରିବାକୁ ପ୍ରସ୍ତୁତ ହେଉଛି ରାଜ୍ୟ କଂଗ୍ରେସ

    Share on :
    ajab-Image
    Date: Sep 18, 2022    Views: 2884

    ଭୁବନେଶ୍ୱର:   କଂଗ୍ରେସର ଭାରତ ଯୋଡ ଯାତ୍ରା କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଚାଲିଥିବା ବେଳେ ଓଡ଼ିଶାରେ ପଦଯାତ୍ରା କରିବାକୁ ପ୍ରସ୍ତୁତ ହେଉଛି ରାଜ୍ୟ କଂଗ୍ରେସ । ଗତକାଲି ସନ୍ଧ୍ୟାରେ ବରିଷ୍ଠ ନେତା ଦିଗବିଜୟ ସିଂ ଓ ଜୟରାମ ରମେଶ ଭୁବନେଶ୍ୱରରେ ପହଂଚିଛନ୍ତି । ଆଜି ଦଳର ଭାରତ ଯୋଡ ଯାତ୍ରା ନେଇ ଦଳର ବୈଠକ ବସିବ । ଏଥିରେ ଦୀପାବଳି ପରେ ପଦଯାତ୍ରା ଆରମ୍ଭ କରିବା ନେଇ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ । ୨୫ଟି ଜିଲ୍ଲାରେ ପଦଯାତ୍ରା କରିବା ପାଇଁ ଦଳ ଯୋଜନା କରିଛି । ପଦଯାତ୍ରା ପାଇଁ ଜିଲ୍ଲା ସଂଯୋଜକ ନିଯୁକ୍ତି ଜାରି ରହିିଛି । କଂଗ୍ରେସ ରାଜ୍ୟର ୩୭ ହଜାର ବୁଥରେ ସଂଯୋଜକ ନିଯୁକ୍ତି ପରେ ପଂଚାୟତ, ଜିଲ୍ଲା ପରିଷଦ ଓ ୩୧୪ ବ୍ଲକରେ ମଧ୍ୟ ସଂଯୋଜକ ନିଯୁକ୍ତ କରାଯିବ । କନ୍ୟାକୁମାରୀରୁ କଂଗ୍ରେସର ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ଭାରତ ଯୋଡ ଯାତ୍ରାର ନେତୃତ୍ୱ ନେଉଛନ୍ତି । ତାମିଲନାଡୁ ପରେ ଏହି ଭାରତ ଯୋଡ ଯାତ୍ରା ଏବେ କେରଳରେ ପଂହଚିଛି । ସବୁ ରାଜ୍ୟ ଦେଇ ଏହି ଯାତ୍ରା କାଶ୍ମୀରର ଶ୍ରୀନଗରରେ ଶେଷ ହେବ । ଯେଉଁ ରାଜ୍ୟକୁ ରାହୁଲ ଗାନ୍ଧି ଯିବେନି, ସେଠାରେ ଦଳର ବରିଷ୍ଠ ନେତାମାନେ ଏହି ଭାରତ ଯୋଡ ଯାତ୍ରାରେ ସାମିଲ ହେବେ ।

    ଓଡିଶା ସମେତ ଆସାମ, ବିହାର, ପଶ୍ଚିମବଙ୍ଗରେ କଂଗ୍ରେସର ବରିଷ୍ଠ ନେତା ହିଁ ସାମିଲ ହେବେ । ରାଜ୍ୟ ଭିତରେ ଶହେ ଦିନରେ ୨ହଜାର କିଲୋମିଟର ପଦଯାତ୍ରା କରିବେ କଂଗ୍ରେସ ନେତା ଓ କର୍ମୀ । କଂଗ୍ରେସର ପଦଯାତ୍ରା ପ୍ରସ୍ତୁତିକୁ ନେଇ ପ୍ରଶ୍ନଉଠାଇଛନ୍ତିି ବିରୋଧୀ ବିଜେଡି ଓ ବିଜେପି । ବିଜେପି ନେତା ସମୀର ମହାନ୍ତି କହିଛନ୍ତି ନିଜର ରାଜନୈତିକ ସ୍ଥିତି ଜାହିର ପାଇଁ କଂଗ୍ରେସ ପଦଯାତ୍ରା କରୁଛି । ସେହିପରି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି କଂଗ୍ରେସର ଅସ୍ତିତ୍ୱ ନାହିଁ ।

    Maximum 500 characters

    ରାଜନୀତି View all

    Find Us on Facebook