Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତି ପାଇଁ ଅସ୍ତ୍ର ହୋଇଛି ଇଡି: କଂଗ୍ରେସ

    Share on :
    ajab-Image
    Date: Jun 17, 2022    Views: 2900

    ଭୁବନେଶ୍ବର: କେନ୍ଦ୍ର ବିରୋଧରେ କଂଗ୍ରେସର ରଣହୁଙ୍କାର । ରାହୁଲଙ୍କୁ ଇଡିର ଜେରାକୁ ନେଇ ତାତିଲା କଂଗ୍ରେସ । ଦିଲ୍ଲୀରୁ ପଲ୍ଲୀ ଆନ୍ଦୋଳନ ଚେତାବନୀ । କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତି ପାଇଁ ଅସ୍ତ୍ର ହୋଇଛି ଇଡି । କେନ୍ଦ୍ର ବିରୋଧୀ ସ୍ବରକୁ ଚପାଇ ଦେବାକୁ ଇଡି ଓ ସିବିଆଇକୁ ଅସ୍ତ୍ର କରିଛି କେନ୍ଦ୍ର । ନ୍ୟାସନାଲ ହେରାଲ୍ଡ ଆର୍ଥିକ ଅନିୟମିତତା ମାମଲାକୁ ଆଳ କରି ଗାନ୍ଧୀ ପରିବାରକୁ ଅଯଥା ଟାର୍ଗେଟ କରାଯାଉଛି । ଏଭଳି ନାରା ଦେଇ ରାଜ୍ୟ କଂଗ୍ରେସ କରିଛି ବିକ୍ଷୋଭ । କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିଛି ଦଳ । ଶହଶହ କଂଗ୍ରେସ କର୍ମୀ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଶୋଭାଯାତ୍ରାରେ ରାଜଭବନ ଆଗରେ କେନ୍ଦ୍ର ବିରୋଧରେ ବିକ୍ଷୋଭ ଓ ଧାରଣା ଦେଇଛନ୍ତି । ପ୍ରତିବାଦ ସଭାରେ ଜଣକ ପରେ ଜଣେ କଂଗ୍ରେସ ନେତା କେନ୍ଦ୍ର ବିରୋଧରେ ବର୍ଷିବା ସହ ଇଡିର କାର୍ୟ୍ୟଦକ୍ଷତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ଆଗକୁ କେନ୍ଦ୍ର ଇଡି ଜରିଆରେ ଗାନ୍ଧୀ ପରିବାରକୁ ହଇରାଣ କଲେ କଂଗ୍ରେସ କେନ୍ଦ୍ରୀୟ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ କରିବ । ଏହାସହ ତୃଣମୂଳସ୍ତରରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଦଳ ।

    ସେପଟେ କଂଗ୍ରେସ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି । ନ୍ୟାସନାଲ ହେରାଲ୍ଡ ଆର୍ଥିକ ଅନିୟମିତତା ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜେରା କରାଯାଇଛି । ଜେରାକୁ କାହିଁକି କଂଗ୍ରେସ ଡରୁଛି ବୋଲି ବିଜେପି ପ୍ରଶ୍ନ କରିଛି ।

    Maximum 500 characters

    ରାଜନୀତି View all

    Find Us on Facebook