Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୯ରୁ ପ୍ରତି ଜିଲ୍ଲାରେ ପଦଯାତ୍ରା କରିବ କଂଗ୍ରେସ

    Share on :
    ajab-Image
    Date: Jun 2, 2022    Views: 4406

    ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସର ସଂଗଠନକୁ ସୁଦୃଢ଼ କରିବା ପାଇଁ ଆସନ୍ତା ୯ ତାରିଖରୁ ପ୍ରତି ଜିଲ୍ଲାରେ ପଦଯାତ୍ରା କରିବାକୁ ଦଳ ନିଷ୍ପତ୍ତି ନେଇଛି । ପ୍ରତି ଜିଲ୍ଲାରେ ୭୫କିମି ପଦଯାତ୍ରା ପିସିସି ସଭାପତି କରିବେ । ଜିଲ୍ଲା, ବ୍ଲକ ଓ ମଣ୍ଡଳର ସ୍ତରରେ ବାର୍ଷିକ ଅଧିବେଶନ ହେବ । କେନ୍ଦ୍ରର ୮ବର୍ଷର ସରକାର ଓ ରାଜ୍ୟର ୨୨ବର୍ଷର ସରକାର ବିରୁଦ୍ଧରେ କଂଗ୍ରେସ ଲଢ଼େଇ କରି ପ୍ରତ୍ୟେକ ପରିବାର ପାଖରେ ପହଂଚିବ ।  ଭୁବନେଶ୍ୱରରେ ଦୁଇଦିନିଆ ନବସଂକଳ୍ପ ଶିବିର ଆରମ୍ଭ ପରେ ଗଣମାଧ୍ୟମକୁ ଏଭଳି ଢଙ୍ଗରେ ନବନନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ତେବେ ୩ ବିଧାୟକ ମହମ୍ମଦ ମୋକିମ, ତାରାପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି ।

    କଂଗ୍ରେସର ଉଦୟପୁର ନବସଂକଳ୍ପ ଚିନ୍ତନ ଶିବିରରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ୟ୍ୟକାରୀ କରିବା ପାଇଁ ଭୁବନେଶ୍ୱରରେ ୨ଦିନିଆ ଚିନ୍ତନ ଶିବିର ଆରମ୍ଭ ହୋଇଛି । ପିସିସି ନବନିଯୁକ୍ତ ସଭାପତି ଶରତ ପଟ୍ଟନାୟକ ଏହି ଶିବିରରେ ଅଧ୍ୟକ୍ଷତା କରି କହିଥିଲେ ଯେ, ବିଗତ ୮ ବର୍ଷ ଧରି ଏ ସରକାର ଦେଶକୁ ଲୁଟ କରିବାଛଡ଼ା ଆଉ କିଛି କରିନାହିଁ । ଦେଶବାସୀଙ୍କୁ ଆଛେଦିନର ସ୍ୱପ୍ନ ଦେଖାଇ ଲୋକମାନଙ୍କ ଉପରେ ମହଙ୍ଗାଇର ବୋଝ ଲଦି ଦିଆଯାଇଛି । ୨୨ବର୍ଷ ଧରି ଓଡ଼ିଶାରେ ବିଜେଡି ସରକାର ରହିଛି । ଆଗାମୀ ଦିନରେ ବିଜେଡି ସହ କଂଗ୍ରେସର ଲଢ଼େଇ ହେବ । କଂଗ୍ରେସ ସରକାରକୁ ଆସିପାରିବନି ବୋଲି ଭାବୁଥିବା ଲୋକ ନିଜର ଚିନ୍ତାଧାରା ଏବେଠୁ ବଦଳାନ୍ତୁ ।

    ଏହି ଶିବିରରେ ଓଡ଼ିଶା ପ୍ରଭାରୀ ଏ ଚେଲା କୁମାର ନିଜ ଅଭିଭାଷଣରେ କହିଥିଲେ ଯେ ସାରା ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରାଯିବ । କେନ୍ଦ୍ରର ମୋଦି ସରକାର ବିରୁଦ୍ଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଏକ ଜନବିପ୍ଳବ ସୃଷ୍ଟି କରିବ ଓ ଦୀର୍ଘ ୨୨ ବର୍ଷଧରି ରାଜ୍ୟର ଜଳ, ଜଙ୍ଗଲ, ଜମି ଓ ଖଣି ଲୁଟ କରିଥିବା ସରକାର ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ ହେବ ।

    Maximum 500 characters

    ରାଜନୀତି View all

    Find Us on Facebook