Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର

    Share on :
    ajab-Image
    Date: Apr 26, 2022    Views: 4982

    ଭୁବନେଶ୍ୱର: ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ପ୍ରଭାରୀ ଏ. ଚେଲ୍ଲାକୁମାର ଓଡ଼ିଶା ପହଞ୍ଚିଲେ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ଚେଲ୍ଲା କୁମାର । ସେ କହିଛନ୍ତି କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ନେଇ ବୈଠକରେ ଆଲୋଚନା ହେବ ।

    ନିଜ ଗସ୍ତ ସେ ନୂଆ ପିସିସି ସଭାପତି କିଏ ହେବେ ସେନେଇ ରାଜ୍ୟର ବିଭିନ୍ନ କଂଗ୍ରେସ ନେତାଙ୍କ ସହ ବିଚାର ବିମର୍ଷ କରିବେ । ସେଠାରୁ ଫେରିବା ପରେ ସେ ତାଙ୍କ ରିପୋର୍ଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରଦାନ କରିବେ ।

    ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ ଏପ୍ରିଲ ମାସ ଶେଷ ସୁଦ୍ଧା ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉତ୍ତରାଧିକାରୀଙ୍କ ନାମ ଚୟନ କରାଯିବାର ସମ୍ଭାବନା ରହିଛି । ଶ୍ରୀ ପଟ୍ଟନାୟକ କହିସାରିଛନ୍ତି ଯେ ସେ ଆଉ ତାଙ୍କ ପଦରେ ରହିବାକୁ ଚାହାନ୍ତି ନାହିଁ । ରାଜ୍ୟରେ ଦଳର ସାଂଗଠନିକ ପରିସ୍ଥିତିକୁ ଦେଖି କଂଗ୍ରେସ ଅଧ୍ୟକ୍ଷା ଶୀଘ୍ର ତାଙ୍କର ଉତ୍ତରାଧିକାରୀ ସ୍ଥିର କରିବା ଦରକାର । ନିକଟରେ ନିର୍ବାଚନ ରଣକୌଶଳ ବିଶେଷଜ୍ଞ ପ୍ରଶାନ୍ତ କିଶୋର ମଧ୍ୟ ଦଳର କେନ୍ଦ୍ରୀୟ ନେତାମାନଙ୍କୁ କହିଛନ୍ତି ଯେ ଓଡ଼ିଶାରେ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ । ଏଥିସକାଶେ ଜଣେ ନିର୍ବିବାଦୀୟ ଏବଂ ଯୁବ ଚେହେରାଙ୍କୁ ପିସିସି ଦାୟିତ୍ୱ ଦେବା ପାଇଁ ସେ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook