Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

    Share on :
    ajab-Image
    Date: Nov 22, 2021    Views: 4126

    ଭୁବନେଶ୍ୱର - ଆଗକୁ ପଂଚାୟତ ଓ ପୌରନିର୍ବାଚନକୁ ଆଖ ଆଗରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିଷ୍ପତିକ୍ରମେ ଆସନ୍ତା ୨୪.୧୧.୨୦୨୧ ରିଖ (ବୁଧବାର) ପୂର୍ବାହ୍ନ ୧୦ ଘଟିକା ସମୟରେ ପ୍ରଦେଶ ମହିଳା କଂଗ୍ରେସ ସଭାପତି  ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ କଂଗ୍ରେସ ଭବନ କାର୍ଯ୍ୟାଳୟ ଭୁବନେଶ୍ୱଠାରେ ଅନୁଷ୍ଠିତ ହେଉଅଛି । ଉକ୍ତ ବୈଠକରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନ୍ୟ ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ ଯୋଗଦେଇ ମହିଳା କଂଗ୍ରେସର ସଂଗଠନକୁ ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରରେ ସୁଦୃଢ଼ ଓ ଶକ୍ତିଶାଳୀ କରିବାପାଇଁ ଉଦ୍ବୋଧନ ଦେବେ । 
    ଏଣୁ ଉକ୍ତ ବୈଠକରେ ନବନିଯୁକ୍ତ ପ୍ରଦେଶ ମହିଳା କଂଗ୍ରେସ କମିଟିର ସମସ୍ତ କର୍ମକର୍ତା, କାର୍ଯ୍ୟକାରିଣୀ ସଭ୍ୟାଗଣ ଓ ଜିଲ୍ଳା ମହିଳା କଂଗ୍ରେସ କମିଟିର ସଭାନେତ୍ରୀମାନେ ଯୋଗଦେବା ପାଇଁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର ସଭାପତି ଶ୍ରୀମତୀ ପରିଡ଼ା ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook