Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଟିକେଟ ପାଇଁ କଂଗ୍ରେସର ବଡ଼ ଘୋଷଣା, ଜାଣନ୍ତୁ କ’ଣ

    Share on :
    ajab-Image
    Date: Sep 16, 2021    Views: 4845

    ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଅର୍ଥ ସଂଗ୍ରହ କରିବାକୁ କଂଗ୍ରେସ ଅଭିନବ ଉପାୟ ଆପଣାଇଛି । କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀ ନିଜର ଆବେଦନ ସହ ୧୧ ହଜାର ଟଙ୍କା ଜମା କରିବା ଆବଶ୍ୟକ ବୋଲି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି । ଦଳ ସହଯୋଗ ରାଶି ନାମରେ ଏହି ଅର୍ଥ ସଂଗ୍ରହ ହେବ । ବିଧାନସଭା ନିର୍ବାଚନରେ ଏହି ଟଙ୍କା ଖର୍ଚ୍ଚ କରାଯତିବ । କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅଜୟ କୁମାର ଲଲୁ ଏ ନେଇ ଏକ ନୂତନ ବିବୃତ୍ତି ଜାରି କରିଛନ୍ତି । କଂଗ୍ରେସ ଟିକସ ପାଇବାକୁ ଚାହୁଁଥିବା ବ୍ୟକ୍ତି ଚଳିତ ବର୍ଷ ଡିସେମ୍ବର ୨୫ ସୁଦ୍ଧା ଆବେଦନ ପତ୍ର ଦାଖଲ କରନ୍ତୁ ବୋଲି କୁହାଯାଇଛି । ଆବେଦନ ପତ୍ର ସହ ଆରଟିଜିଏସ କିମ୍ବା ଡିମାଣ୍ଡ ଡ୍ରାଫ୍ଟ ଯୋଗେ ଟଙ୍କା ପୈଠ କରିବାକୁ ଆକାଉଣ୍ଟ ନମ୍ବର ଦିଆଯାଇଛି । ନିର୍ବାଚନ ଲଢ଼ିବା ପାଇଁ ଆବେଦନ କରିବାକୁ କଂଗ୍ରେସ ଏକ ସ୍ୱତନ୍ତ୍ର ଫର୍ମ ପ୍ରସ୍ତୁତ କରିଛି । ଯେଉଁଥିରେ ବିଭିନ୍ନ ପ୍ରଶ୍ନ ରହିଛି । ଟିକେଟ ଆଶାୟୀ ଦଳ ପାଇଁ କେତେ ବର୍ଷ ହେବ କାର୍ଯ୍ୟ କରୁଛନ୍ତି, ରାଜନୀତିରେ କଣ ଅନୁଭୂତି ରହିଛି, ସମାଜ ପାଇଁ କଣ କରିଛନ୍ତି । ଏଭଳି ଭାବେ ଅନେକ ପ୍ରଶ୍ନ ପଚରାଯାଇଛି ।

    Maximum 500 characters

    ରାଜନୀତି View all

    Find Us on Facebook