ମୁଖ୍ୟ ଖବର
ନୂଆଦିଲ୍ଲୀ: ୨୦୧୬ ରୁ ୨୦୨୦ ମଧ୍ୟରେ ବିଭିନ୍ନ ରାଜ୍ୟରେ ହୋଇଥିବା ନିର୍ବାଚନ ଓ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସର ୧୭୦ ବିଧାୟକ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଛନ୍ତି । ତେବେ ଏହି ସମୟ ମଧ୍ୟରେ ବିଜେପିର କେବଳ ୧୮ ଜଣ ବିଧାୟକ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଥିଲେ । ଏଡିଆର (ଆସୋସିଏସନ ଫର ଡିମୋକ୍ରାଟିକ ରିଫର୍ମସ) ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ୨୦୧୬ ରୁ ୨୦ ମଧ୍ୟରେ ପୁନଃ ପ୍ରତିଦ୍ୱନ୍ଦ୍ୱୀ କରିଥିବା ୪୦୫ ଜଣ ବିଧାୟକଙ୍କ ମଧ୍ୟରୁ ୧୮୨ ଜଣ ବିଜେପିରେ ଯୋଗ ଦେଇଥିବା ବେଳେ ୩୮ ଜଣ କଂଗ୍ରେସ ଏବଂ ୨୫ ଜଣ ଟିଆରଏସରେ ଯୋଗ ଦେଇଛନ୍ତି । ତେବେ ୨୦୧୯ ଲୋକସଭା ନିର୍ବାଚନ ସମୟରେ ୫ ଲୋକସଭା ବିଧାୟକ ବିଜେପି ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଥିଲେ । ସେହିପରି ୭ ରାଜ୍ୟସଭା ସାଂସଦ କଂଗ୍ରେସ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଥିଲେ । ରିପୋର୍ଟ ଅନୁସାରେ କଂଗ୍ରେସର ଏତେ ସଂଖ୍ୟାରେ ବିଧାୟକ ଦଳ ଛାଡ଼ିଥିବାରୁ ମଧ୍ୟପ୍ରଦେଶ, ମଣିପୁର, ଗୋଆ, ଅରୁଣାଚଳପ୍ରଦେଶ ଏବଂ କର୍ଣ୍ଣାଟକରେ ସରକାର ଭାଙ୍ଗି ଯାଇଛି । ସେହିପରି ଏହି ସମୟ ମଧ୍ୟରେ ପୁନଃ ନିର୍ବାଚିତ ହୋଇ ଦଳ ବଦଳାଇଥିବା ୧୬ ରାଜ୍ୟସଭା ସାଂସଦଙ୍କୁ ମଧ୍ୟରୁ ୧୦ ଜଣ ବିଜେପିରେ ଯୋଗ ଦେଇଥିଲେ ।
Comments ସମସ୍ତ ମତାମତ