Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସ ଭବନରେ ଯୁବନେତା ମୁହାଁମୁହିଁ

    Share on :
    ajab-Image
    Date: Jun 23, 2020    Views: 3442

    ଭୁବନେଶ୍ୱର : ଆଜି ପବିତ୍ର ଶ୍ରୀଗୁଣ୍ଡିଚା  । ଶ୍ରୀଗୁଣ୍ଡିଚାରେ ଭଲ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ  । ହେଲେ କଂଗ୍ରେସରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି  । ଆଜିଭଳି ଦିନରେ କଂଗ୍ରେସ ଭବନରେ ଯୁବନେତାମାନେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି  । ଯୁବ କଂଗ୍ରେସ ସଭାପତିଙ୍କୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି  । ପରିସ୍ଥିତି ଏମିତି ହୋଇଛିଯେ, ପୁଲିସ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଛି  । ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି  ।

    ନିକଟରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ଡକ୍ଟର ସ୍ମୃତିରଂଜନ ଲେଙ୍କାଙ୍କୁ ନିଯୁକ୍ତ କରାଯାଇଛି  । ତେବେ ତାଙ୍କୁ ବିରୋଧ କରି ଆଜି କେତେକ ଯୁବକ କଂଗ୍ରେସ ଭବନ ଫାଟକରେ ତାଲା ପକାଇଥିଲେ  । ଅପରପକ୍ଷରେ ସ୍ମୃତିଙ୍କ ସମର୍ଥକମାନେ ତାଲା ଭାଙ୍ଗି କଂଗ୍ରେସ ଭବନରେ ପ୍ରବେଶ କରିଥିଲେ  । ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା  । ପୁଲିସର ହସ୍ତକ୍ଷେପ ଫଳରେ ସ୍ଥିତି ସ୍ୱାଭାବିକ ହୋଇଥିବା ଜାଣିବାକୁ ମିଳିଛି  ।

    Maximum 500 characters

    ରାଜନୀତି View all

    Find Us on Facebook