Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ମିଳିବ କାଳବୈଶାଖୀ କ୍ଷୟକ୍ଷତି ଟଙ୍କା: ମନ୍ତ୍ରୀ

    Share on :
    ajab-Image
    Date: Mar 23, 2025    Views: 3196

    ବାରିପଦା: ଗତ କିଛି ଦିନ ହେଲା ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ଜନିତ ବର୍ଷା । ଅଧିକାଂଶ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି । କେଉଁଠି ଘର ଭାଙ୍ଗୁଛି ତ କେଉଁଠି ଗଛ ଉପାଡ଼ୁଛି । ତେବେ ମୟୂରଭଞ୍ଚରେ କାଳବୈଶାଖୀ ପାଇଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି କ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସେଠାକୁ ଗସ୍ତ କରି କାଳବୈଶାଖୀର ଜନିତ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ଶ୍ରୀ ପୂଜାରୀ ବାଙ୍ଗିରିପୋଷିରେ ଏହି ସମୀକ୍ଷା କରିଛନ୍ତି । 
    ଏହି ଅବସରରେ ସେ କହିଛନ୍ତି ଯେ କାଳବୈଶାଖୀର କ୍ଷୟକ୍ଷତି ରିପୋର୍ଟ ମିଳିଛି । ଲୋକଙ୍କୁ ସମ୍ପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ମିଳିବ । ଆଜି ଅନଲାଇନରେ ଟଙ୍କା ମିଳିବ । ଯେଉଁମାନଙ୍କ ଆଧାର ଲିଙ୍କ ନାହିଁ, ସେମାନଙ୍କୁ ସିଧାସଳଖ ଟଙ୍କା ମିଳିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । 

    ମନ୍ତ୍ରୀ ସୁରେଶ ପୂଜାରୀ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ୧୦ଟା ୩୦ ରେ ବାଙ୍ଗିରିପୋଷି ମିନିଷ୍ଟାଡିୟମ ଠାରେ ଅବତରଣ କରିଥିଲେ । ୧୦ଟା୪୦ ରେ ସଡକ ପଥରେ ମନ୍ତ୍ରୀ ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ର, ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୁଗଦା ମୁର୍ମୁଙ୍କ ସହ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ପ୍ରମୁଖ କ୍ଷତିଗ୍ରସ୍ତ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ କାଳବୈଶାଖୀ ପ୍ରଭାବିତ ଅଞ୍ଚଳ ବୁଲି ଲୋକଙ୍କ ସହ ଆଲୋଚନା କରିବା ସହ ଦୁଃଖ ସମୟରେ ରାଜ୍ୟ ସରକାର ସାଙ୍ଗରେ ରହିଥିବା ମନ୍ତ୍ରୀ କହିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook