Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସରିଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା, ୬୧ ପଦକ ସହ ଭାରତର ସ୍ଥାନ ଚତୁର୍ଥ

    Share on :
    ajab-Image
    Date: Aug 9, 2022    Views: 2866

    ବର୍ମିଂହାମ: ୧୧ଦିନର ରୋମାଞ୍ଚ ଓ କଡ଼ା ପ୍ରତିଦ୍ୱନ୍ଦିତା ସହ ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଶେଷ ହୋଇଛି । ଅଷ୍ଟ୍ରେଲିଆ ସର୍ବାଧିକ ୧୭୮(୬୭ସ୍ୱର୍ଣ୍ଣ, ୫୭ରୌପ୍ୟ, ୫୪ବ୍ରୋଞ୍ଜ)ଟି ପଦକ ଜିତିଥିଲେ ହେଁ ଭାରତୀୟ ପ୍ରତିଯୋଗୀମାନେ ମଧ୍ୟ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି । ଏଥର ଭାରତକୁ ମୋଟ ୬୧ଟି ପଦକ ମିଳିଛି । ଏଥିରେ ୨୨ଟି ସ୍ୱର୍ଣ୍ଣ, ୧୬ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ରହିଛି ।

    ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ୨୦୧୮ ଗୋଲ୍ଡ କୋଷ୍ଟ ରାଗ୍ରଗୋଷ୍ଠୀ କ୍ରୀଡ଼ାରେ ଭାରତ ୨୬ସ୍ୱର୍ଣ୍ଣ, ୨୦ ରୌପ୍ୟ ଓ ୨୦ ବ୍ରୋଞ୍ଜ ସହ ମୋଟ ୬୬ଟି ପଦକ ଜିତି ତୃତୀୟ ସ୍ଥାନରେ ରହିଥିଲା । ଜାଭେଲିନ ଥ୍ରୋ’ ରେ ଡ଼ିଫେଣ୍ଡିଂ ଚାମ୍ପିଅନ ନୀରଜ ଚୋପ୍ରା ଆହତ ହୋଇ ଓହରି ଯିବାରୁ ଭାରତର ଗୋଟିଏ ପଦକ କମିଯାଇଥିଲା । ଆଜି ଅନ୍ତିମ ଦିବସରେ ଭାରତକୁ ମୋଟ ୬ଟି ପଦକ ମିଳିଥିଲା । ଏଥିରେ ୪ଟି ସ୍ୱର୍ଣ୍ଣ ପଦକ ରହିଥିଲା । ବ୍ୟାଡ଼ମିଣ୍ଟନର ଉଭୟ ସିଙ୍ଗଲ୍ସ ବର୍ଗରେ ଯଥାକ୍ରମେ ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନା ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପୁରୁଷ ଡ଼ବଲ୍ସରେ ସାତ୍ୱିକସାଇରାଜ ଓ ଚିରାଗ ସେଟ୍ଟୀ ଯୋଡ଼ି ସ୍ୱର୍ଣ୍ଣ ଭେଟି ଦେଇଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook