ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଭାରତୀୟ ଜିମ୍ନାଷ୍ଟିକ ଦଳ ସହ ପ୍ରଶିକ୍ଷକ ଭାବେ ଓଡ଼ିଆ ପୁଅ ଅଶୋକ କୁମାର ମିଶ୍ର ବର୍ମିଂହାମ ଗସ୍ତ କରିଛନ୍ତି । ଏହି ଦଳ ଲାଗି ୨ଜଣ ପୁରୁଷ ପ୍ରଶିକ୍ଷକ ରୋହିତ ଜୟସ୍ୱାଲ ଓ ଅଶୋକ ନିଯୁକ୍ତ ହୋଇଥିଲେ । ହେଲେ ରୋହିତଙ୍କୁ ବିଏସଏଫରୁ ଅନୁମତି ନମିଳିବାରୁ ସେ ଏହି ଗସ୍ତ କରି ପାରିନାହାନ୍ତି । ଫଳରେ ଏକମାତ୍ର ପୁରୁଷ ପ୍ରଶିକ୍ଷକ ଭାବେ ଅଶୋକଙ୍କ ଉପରେ ଦାୟିତ୍ୱ ବଢ଼ିଯାଇଛି ।
ବର୍ମିଂହାମରେ ଚଳିତ ମାସ ୨୮ ତାରିଖରୁ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜିମ୍ନାଷ୍ଟିକ ପ୍ରତିଯୋଗିତାରେ ଭାରତରୁ ୭ଜଣ ଖେଳାଳି ପ୍ରତିଦ୍ୱନ୍ଦିତା କରିବେ । ଭାରତୀୟ ଦଳ: ସତ୍ୟଜିତ ମଣ୍ଡଳ, ଯୋଗେଶ୍ୱର ସିଂହ, ସୈଫ ତାମ୍ବୋଲି, ପ୍ରଣତି ନାୟକ, ଋତୁଜା ନଟରାଜ, ପ୍ରୋତିଷ୍ଟା ସାମତ, ବଭଲୀନ କୌର ।
Comments ସମସ୍ତ ମତାମତ