Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କମନୱେଥ ଗେମରେ ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନର ଆଶା

    Share on :
    ajab-Image
    Date: Jul 25, 2022    Views: 2937

    ନୂଆଦିଲ୍ଲୀ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜାଭଲିନ୍‌ ତାରକା ନୀରଜ ଚୋପ୍ରାଙ୍କ ନେତୃତ୍ୱରେ ୩୬ ଜଣିଆ ଭାରତୀୟ ଦୌଡ଼କୁଦ ଦଳ ଅଂଶଗ୍ରହଣ କରିବ । ନୀରଜଙ୍କ ନେତୃତ୍ୱରେ ଭାରତ ଏଥର ତା’ର ଶ୍ରେଷ୍ଠ ସଫଳତା ହାସଲ କରିବାକୁ ଲଢ଼ିବ  । ତାଙ୍କ ଛଡ଼ା, ମୁରଲୀ ଶ୍ରୀଶଙ୍କର, ଅବିନାଶ ସାବଲେ, ଅନୁ ରାଣୀ, ସୀମା ଆନ୍ତିଲ ପ୍ରମୁଖ ଭାରତ ପାଇଁ ଦାବିଦାର ରହିବେ । ଭାରତ ଦୌଡ଼କୁଦରେ ଶ୍ରେଷ୍ଠ ସଫଳତା ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହାସଲ କରିଥିଲା  । ସେଥର ଭାରତ ଦୌଡ଼କୁଦ ବା ଆଥଲେଟିକ୍ସରୁ ୨ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୭ କାଂସ୍ୟ ପଦକ ସହ ୧୨ ପଦକ ଜିତିଥିଲା  । ଏହି ସଫଳତାକୁ ବମିଂହାମରେ ଟପିବା କିନ୍ତୁ ଭାରତୀୟ ଦଳ ପାଇଁ ଆଦୌ ସହଜ ହେବନି  । ତେବେ ଆମେରିକାର ୟୁଜିନରେ ଆୟୋଜିତ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାର ୬ଜଣ ଫାଇନାଲିଷ୍ଟ ଭାରତୀୟ ଦଳରେ ଥିବାରୁ ଏଥର ନୂଆଦିଲ୍ଲୀ ସଫଳତାକୁ ଭାରତୀୟ ଦଳ ଯଦି ଟପିଯାଏ ତା’ହେଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ  ।

    ସେହିଭଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦୌଡ଼କୁଦ ଇତିହାସକୁ  ବିଚାରକୁ ନେଲେ ଜଣାପଡେ଼ ଯେ ଭାରତ ଏପର୍ଯ୍ୟନ୍ତ ଏହି ବହୁରାଷ୍ଟ୍ରୀୟ ପ୍ରତିଯୋଗିତାରେ ୨୮ (୫ ସ୍ୱର୍ଣ୍ଣ, ୧୦ ରୌପ୍ୟ, ୧୩ କାଂସ୍ୟ) ପଦକ ଜିତିଛି  । ପ୍ରଥମ ଭାରତୀୟ ଭାବେ କିଂବଦନ୍ତି ଧାବକ ମିଲଖା ସିଂହ ୧୯୫୮ରେ ୪୪୦ ଗଜ ଦୌଡ଼ରେ ଦୌଡ଼କୁଦରୁ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ  । ତେବେ ଏଥରର ରାଜ୍ୟଗୋଷ୍ଠୀ ଦଳରେ ଥିବା ଧାବିକା ଧନଲକ୍ଷ୍ମୀ ସେକର ଓ ଟ୍ରିପଲ ଜମ୍ପର ଐଶ୍ୱର୍ଯ୍ୟା ବାବୁ ଡୋପ ଟେଷ୍ଟରେ ବିଫଳ ହେବା ଭାରତ ପାଇଁ ବଡ଼ ଝଟକା ହୋଇଛି  । ୧୦୦ ମିଟରରେ ପଦକ ଜିତିବାର ସମ୍ଭାବନା ପ୍ରାୟ ନଥିଲା  ।ତେବେ ଭାରତୀୟ ୪ଗୁଣା ୧୦୦ ମହିଳା ରିଲେ ଦଳ ପାଇଁ ସେ ନରହିବା ଏକ ଶକ୍ତ ଧକ୍କା  ।

    ସେପଟେ ଗତଥରର ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରା ପୁରୁଷ ଜାଭଲିନରେ ଲଗାତାର ଦ୍ୱିତୀୟ ଥର ସ୍ୱର୍ଣ୍ଣ ପଦକ ଜିତିବାକୁ ହେଲେ ତାଙ୍କୁ ନିଜ ଶ୍ରେଷ୍ଠ ପ୍ରଦର୍ଶନରୁ ବି ଭଲ ଦୂରତା ଛୁଇଁବାକୁ ହେବ  । କାରଣ ଏହି ଇଭେଣ୍ଟରେ ତାଙ୍କୁ ଚମତ୍କାର ଫର୍ମରେ ଥିବା ଗ୍ରେନେଡାର ଆଣ୍ଡରସନ୍‌ ପିଟରସନ୍‌ ( ଯିଏକି ୯୦ ମିଟରରୁ ଅଧିକ ଦୂରତାକୁ ଜାଭଲିନ୍‌ ଫିଙ୍ଗି ସାରିଛନ୍ତି ) ଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେବା  । ଲମ୍ବଡିଆଁରେ ମହମ୍ମଦ ଆନିସ ୟାହିୟା, ଟ୍ରିପଲ ଜମ୍ପର ପ୍ରବୀଣ ଚିତ୍ରାଭେଲ, ଡିସକସ୍‌ ତାରକା ନବନୀତ କୌର ଢିଲୌ, ଉଚ୍ଚଡିଆଁ ତାରକା ତେଜସ୍ୱିନ ଶଙ୍କର ପ୍ରମୁଖ ମଧ୍ୟ ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି  । ଭାରତୀୟ ଦଳର ମହିଳା ରିଲେ ଦଳରେ ମଧ୍ୟ ଦୁଇ ଓଡ଼ିଆ ତାରକା ଦୂତି ଚାନ୍ଦ ଏବଂ ଶ୍ରାବଣୀ ନନ୍ଦ ରହିଛନ୍ତି  ।

    Maximum 500 characters

    ଖେଳ ଖବର View all

    Find Us on Facebook