Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କମନ ୱେଥ୍‌ ଗେମ୍‌ ରେ ଭାଗ ନେବ ଭାରତୀୟ ମହିଳା କ୍ରିକେଟ ଦଳ

    Share on :
    ajab-Image
    Date: Jul 25, 2022    Views: 2700

    ବେଙ୍ଗାଲୁରୁ: ବର୍ମିଂହାମରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାକୁ ଯାଉଛି ଭାରତୀୟ ମହିଳା କ୍ରିକେଟ ଦଳ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦଳ ନିଜ ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଆସନ୍ତା ୨୯ରେ ଖେଳିବ  । ଅଷ୍ଟ୍ରେଲିଆକୁ ପରାସ୍ତ କରିବା ଭାରତୀୟ ଦଳ ପାଇଁ କଷ୍ଟକର ହେବ ବୋଲି କେତେକ ମହଲରେ ଆଲୋଚନା ଚାଲିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଭାରତୀୟ ଦଳର ବରିଷ୍ଠ ବ୍ୟାଟର୍‌ ସ୍ମୃତି ମାନ୍ଧାନା  ।

    ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ସଂପର୍କରେ ଏକ ଗଣମାଧ୍ୟମକୁ ସୂଚନା ଦେଇ ମାନ୍ଧାନା କହିଛନ୍ତି ୨୦-୨୦ ଫର୍ମାଟରେ କୌଣସି ଦଳ ଦୁର୍ବଳ ନୁହେଁ  । ତେଣୁ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିବା କଷ୍ଟକର ହେବ ବୋଲି ଯାହା କୁହାଯାଉଛି ତାହା ଆଦୌ ଠିକ୍‌ ନୁହେଁ  । ୨୦-୨୦ ଫର୍ମାଟରେ ସେ ଅଷ୍ଟ୍ରେଲିଆକୁ ବଡ଼ ଦଳ ବୋଲି ବିବେଚନା କରନ୍ତି ନାହିଁ  ।ତେବେ ଭାରତୀୟ ଦଳ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ବାର୍ବାଡୋସ୍‌ ବିପକ୍ଷ ମ୍ୟାଚକୁ ଗୁରୁତ୍ୱର ସହ ନେଉଛି ଏବଂ ପ୍ରାରମ୍ଭିକ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଜିତିବାକୁ ଆଶା ରଖିଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ଜିତିବାକୁ ଲକ୍ଷ୍ୟ ରଖିଥିବା ସେ ସ୍ପଷ୍ଟ କରି ଦେଇଛନ୍ତି  ।

    ଟୋକିଓ ଅଲିମ୍ପିକସରେ ଭାରତୀୟ ଜାଭେଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିବା ପ୍ରସଙ୍ଗକୁ ଭାରତୀୟ ମହିଳା ଦଳ ପ୍ରେରଣା ଭାବେ ଗ୍ରହଣ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ବୋଲି ମାନ୍ଧାନା କହିଛନ୍ତି  । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାକୁ ଯାଉଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳର ସମସ୍ତ ସଦସ୍ୟାଙ୍କ ନିମନ୍ତେ ଏହା ଏକ ନୂଆ ଅନୁଭୂତି ହୋଇଥିବାରୁ ସମସ୍ତେ ବେଶ୍‌ ଉତ୍ସାହିତ ଥିବା ସେ ମତ ଦେଇଛନ୍ତି । 

    Maximum 500 characters

    ଖେଳ ଖବର View all

    Find Us on Facebook