ଲଣ୍ଡନ: ଇଂଲଣ୍ଡର ବର୍ମଂହାମ୍ ଠାରେ ଆସନ୍ତା ୨୮ ତାରିଖରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେବ । ଚଳିତ ବର୍ଷ ବ୍ରିିଟେନର ରାଣୀ ଏଲିଜାବେଥ କ୍ରୀଡ଼ାର ଉଦଘାଟନୀ ଉତ୍ସବରେ ଯୋଗ ଦେବେନି ବୋଲି ଆଜି ବକିଂହାମ୍ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି । ରାଣୀଙ୍କ ଅନୁପସ୍ଥିତିରେ ତାଙ୍କ ପୁତ୍ର ଏବଂ ସିଂହାସନର ଉତ୍ତରାଧିକାରୀ ପ୍ରିନ୍ସ ଚାଲ୍ସ ଉଦଘାଟନୀ ଉତ୍ସବରେ ଯୋଗ ଦେବେ । ଏହି ଉତ୍ସବରେ ଚାର୍ଲ୍ସଙ୍କ ପତ୍ନୀ କାମିଲା ମଧ୍ୟ ସାମିଲ ହେବେ । ୯୬ ବର୍ଷୀୟା ରାଣୀ ଏଲିଜାବେଥ ଗତ ଅକ୍ଟୋବର ମାସରେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରଠୁ ତାଙ୍କୁ ଆଉ ବାହାରେ ଦେଖିବାକୁ ମିଳିନଥିଲା ।
ଗତ ମାସ ପ୍ଲାଟିନମ୍ ଜୁବଲୀ ଉତ୍ସବରେ ରାଣୀ ଏଲିଜାବେଥ୍ ବକିଂହାମ୍ ପ୍ୟାଲେସର ବାଲକୋନିରେ ରହି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପରେ ସେ ତାଙ୍କ ନାମରେ ନାମିତ ହୋଇଥିବା ଲଣ୍ଡନର ଏକ ରେଳ ଲାଇନର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ, ଭାରତରୁ ଏଥର ୩୨୨ ଜଣିଆ (୨୧୫ ଆଥଲେଟ, ୧୦୭ ଅଫିସିଆଲ) ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବେ ।
Comments ସମସ୍ତ ମତାମତ