Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କମନ୍ ୱେଲ୍ଥ ଗେମରେ ଭାରତକୁ ପଦକ ବର୍ଷା, ପଦକ ସଂଖ୍ୟା ୫୫କୁ ବୃଦ୍ଧି

    Share on :
    ajab-Image
    Date: Aug 8, 2022    Views: 3168

    ନୂଆଦିଲ୍ଲୀ : ଏଥର ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳୀମାନେ ଚମକôାର ପ୍ରଦର୍ଶନ କରୁଛନ୍ତି । ଦିନ ଯେତେ ବଢୁଛି ଭାରତର ପଦକ ସଂଖ୍ୟା ସେତେ ବୃଦ୍ଧି ପାଉଛି । ରାଜ୍ୟ  ଗୋଷ୍ଠୀ କ୍ରୀଡାରେ ଦଶମ ଦିବସରେ ଭାରତକୁ ମିଳିଛି ଆଉ ୫ ସ୍ୱର୍ଣ୍ଣ ପଦକ  । କେବଳ ବକ୍ସିଂରେ ୩ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ  । ବକ୍ସିଂରେ ନିଖତ ଜରିନ୍, ରିତୁ ଘନଘାସ ଓ ଅମିତ ପଂଘଲ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି  । ସେହିପରି ଟ୍ରିପଲ ଜମ୍ପରେ ମଧ୍ୟ ଏଲଡୋସ୍ ପଲ୍ ହଳଦିଆ ପଦକ ଜିତି ଦେଶ ପାଇଁ ଆଣିଛନ୍ତି ଗୌରବ  । ମହିଳା ବକ୍ସିଂର ୫୦ କେଜି ବର୍ଗରେ ନିଖତ କାର୍ଲି ଏମସି ନୌଲଙ୍କୁ ହରାଇ ଏହି ସଫଳତା ପାଇଛନ୍ତି  ।

    ସେହିପରି ପୁରୁଷ ବକ୍ସିଂରେ ଅମିତ୍ ୪୮ କେଜି ବର୍ଗରେ ଇଂଲଣ୍ଡର କିଆରନ୍ ମ୍ୟାକଡୋନାଲ୍ଡଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି  । ସେହିପରି ନିତୁ ମଧ୍ୟ ଇଂଲଣ୍ଡର ପ୍ରତିଦ୍ୱନ୍ଦ୍ୱୀ ଡେମି-ଜେଡ୍ ରେଜସ୍ତାନଙ୍କୁ ପରାସ୍ତ କରି ପ୍ରଥମଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି  । ଟ୍ରିପଲ ଜମ୍ପର୍ ଏଲଡୋସ୍ ପଲ୍ ୧୭ ଦଶମିକ ୩ ମିଟର୍ ଡିଆଁ ମାରି ପ୍ରଥମ ସ୍ଥାନ ହାସଲ କରିଛନ୍ତି  । ଏହି ଇଭେଂଟରେ ଭାରତର ଅନ୍ୟତମ ଆଥଲେଟ୍ ଅବଦୁଲ୍ଲା ଅବୁବାକର ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଆଣିଛନ୍ତି ।

    ଅନ୍ୟପଟେ ଦୀର୍ଘ ୧୬ବର୍ଷ ପରେ ମହିଳା ହକି ଦଳ ଚମକôାର ପ୍ରଦର୍ଶନ କରି ପ୍ରତିଦ୍ୱନ୍ଦୀ ଦଳ ନୁ୍ୟଜିଲ୍ୟାଣ୍ଡକୁ ହରାଇ ଭାରତ ପାଇଁ କାଂସ୍ୟ ପଦକ ଆଣିଛନ୍ତି  । ସେହିପରି ୧୦ହଜାର ମିଟର୍ ଚାଲିରେ ଭାରତୀୟ ଧାବକ ସନ୍ଦୀପ କୁମାର ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି  । ଜାଭେଲିନ୍ ଥ୍ରୋ’ରେ ଅନୁ ରାଣୀ ୬୦ ମିଟର୍ ଥ୍ରୋ’ କରି ବ୍ରୋଞ୍ଜ ପଦକ ଜିତିଛନ୍ତି  । ଭାରତ ବର୍ତ୍ତମାନ ୧୮ଟି ସ୍ୱର୍ଣ୍ଣ ସହ ମୋଟ ୫୫ଟି ପଦକ ପାଇଛି  । ଏଥି ମଧ୍ୟରେ ୧୫ଟି ରୌପ୍ୟ ଓ ୨୨ଟି ବ୍ରୋଞ୍ଜ ମେଡାଲ  ରହିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook