Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତ ପାଇଁ ଖୁସି ଖବର , ପୁଣି ଭାରତକୁ ୪ ସ୍ୱର୍ଣ୍ଣ

    Share on :
    ajab-Image
    Date: Aug 7, 2022    Views: 2767

    ନୂଆଦିଲ୍ଲୀ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା କୁସ୍ତି ଆଖଡାରେ ଭାରତୀୟ ପହିଲମାନଙ୍କ କମାଲ ପୁଣି ଥରେ ଦେଖିବାକୁ ମିଳିଛି । ଶନିବାର ନବମ ଦିନରେ ଏହି ପାରମ୍ପାରିକ କ୍ରୀଡାରୁ ତିନିଟି ଲେଖାଏଁ ସ୍ୱର୍ଣ୍ଣ ଓ କାଂସ୍ୟ ଜିତିଛି ଭାରତ । ତା’ ସହ କେବଳ କୁସ୍ତିରୁ ଏଥର ଭାରତ ପଦକ ସଂଖ୍ୟା ୧୨କୁ ବଢିଛି । ଶୁକ୍ରବାର ମଧ୍ୟ ଭାରତୀୟ କୁସ୍ତିଯୋଦ୍ଧା ୩ ସ୍ୱର୍ଣ୍ଣ, ୧ ରୌପ୍ୟ ଏବଂ ୫ କାଂସ୍ୟ ପଦକ ଜିତିଛି ଭାରତ । ରବି ଦାହିଆ, ଭିନେଶ ଫୋଗଟ ଓ ନବୀନ ଆଜି ନିଜ ବର୍ଗର ସ୍ୱର୍ଣ୍ଣ ପଦକ ଜିତିଥିଲେ । ଅନ୍ୟ ଅନ୍ୟପକ୍ଷରେ ପୂଜା ଗେହଲେଟ, ପୂଜା ସିହାଗ ଓ ଦୀପକ ନେହରା କାଂସ୍ୟ ପଦକ ହାସଲ କରିଥିଲେ । ଭିନେଶ ଫୋଗଟ ପୂର୍ବରୁ ୨୦୧୪,୨୦୧୮ରେ ସ୍ୱର୍ଣ୍ଣ ଜିତିଥିବାରୁ ଏଥରର ସ୍ୱର୍ଣ୍ଣ ସଫଳତାକୁ ମିଶାଇ ହ୍ୟାଟ୍ରିକ ଅର୍ଜନ କରିବାର ଗୌରବ ଲାଭ କରିଥିଲେ ।

    ଶନିବାର କୁସ୍ତି ଆଖଡାରୁ ଭାରତ ପାଇଁ ପ୍ରଥମ ପଦକ ପୂଜା ଗେହଲେଟ୍ ଜିତିଥିଲେ । ମହିଳା ୫୦ କିଲୋଗ୍ରାମ ପ୍ରିଷ୍ଟାଇଲ୍ କାଂସ୍ୟ ପଦକ ମ୍ୟାଚ୍ରେ ସ୍କଟଲାଣ୍ଡର କ୍ରିଷ୍ଟିଲେ ଲେମୋଫ୍ୟାକ୍ ଲିଚିଜିଓଙ୍କୁ ଉନ୍ନତ ବୈଷୟିକ କୌଶଳ  ବଳରେ ୧୨-୨ରେ ହରାଇଥିଲେ ସେ । କ୍ରିଷ୍ଟିଲେ ଲଢେଇ ଆରମ୍ଭରୁ ଆଗୁଆ ରହିଥିଲେ । ତେବେ ଠିକଣା ସମୟରେ ତାଙ୍କୁ ସଂପୂର୍ଣ୍ଣ ଧରାଶାୟୀ କରି ପୂଜା କାଂସ୍ୟ ପଦକ ଜିତି ନେଇଥିଲେ । ୨୫ ବର୍ଷୀୟା ପୂଜାଙ୍କର ବ୍ୟକ୍ତିଗତ ଭାବେ ଏହା ପ୍ରଥମ ପଦକ ଥିଲା । 

    ଏହା ପରେ ପୁରୁଷ ୫୭ କିଲୋଗ୍ରାମରୁ ରବି ଦାହିଆ ଭାରତ ପାଇଁ ନବମ ଦିନରେ ପ୍ରଥମ  ସ୍ୱର୍ଣ୍ଣ ଜିତିଥିଲେ । ରାଜ୍ୟାଗାଷ୍ଠୀ କ୍ରୀଡାରେ ପ୍ରଥମ ଥର ଅଂଶଗ୍ରହଣ କରି ସ୍ୱର୍ଣ୍ଣିମ ସଫଳତା ଲାଭ କରିଥିଲେ ରବି । ଫାଇନାଲରେ ସେ ପ୍ରତିପକ୍ଷ ତଥା ନାଇଜେରିଆର ଦୁଇ ଥର ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ବିଜେତା ଏବିକେୱିନିମୋ ୱିଲସନଙ୍କୁ ପ୍ରଥମ ରାଉଣ୍ଡରେ ହିଁ ଚିତ୍ କରି ଦେଇଥିଲେ । ତା’ସଯ ଭାରତ ପାଇଁ କୁସ୍ତିରୁ ଚତୁର୍ଥ ଏବଂ ମୋଟ ଉପରେ ଦଶମ ସ୍ୱର୍ଣ୍ଣ ପଦକ କରାୟତ୍ତ କରି ନେଇଥିଲେ ।  

    Maximum 500 characters

    ଖେଳ ଖବର View all

    Find Us on Facebook