Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଆମ ଜୀବନରେ ରଙ୍ଗ...

    Share on :
    ajab-Image
    Date: Nov 8, 2022    Views: 6812

    ଭୁବନେଶ୍ୱର: ବାସ୍ତୁଶାସ୍ତ୍ର ଅନୁଯାୟୀ, ଆମ ଜୀବନଶୈଳୀ ଉପରେ ରଙ୍ଗର ମଧ୍ୟ ଅନେକ ପ୍ରଭାବ ରହିଛି। ତେବେ କେଉଁ ରଙ୍ଗ କେଉଁ ସଙ୍କେତ ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ…

    * ନାଲି: ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ରଙ୍ଗ ଅନ୍ୟ ସବୁ ରଙ୍ଗଠାରୁ ଅଧିକ ପ୍ରଭାବଶାଳୀ ହୋଇଥାଏ। ବିଶ୍ୱାସ ରହିଛି ଜୀବନରେ ସୁଖ ସମୃଦ୍ଧି ଆଣିଥାଏ ନାଲି ରଙ୍ଗ। ହେଲେ ଭୁଲ୍‌ରେ ବି ନାଲି ରଙ୍ଗକୁ ବେଡ୍‌ ରୁମ୍‌ରେ ଲଗାଇବେ ନାହିଁ।

    * ନାରଙ୍ଗୀ: ଜୀବନରେ ଆସୁଥିବା ବାଧାବିଘ୍ନକୁ ସାହାସର ସହ ସାମ୍ନା କରିବାକୁ ଏହି ରଙ୍ଗ ମାନସିକ ସ୍ତରରେ ଆମକୁ ଦୃଢ କରିଥାଏ। ତେଣୁ ଏହି ରଙ୍ଗକୁ ବି ଆମ ଦୈନନ୍ଦୀନ ଜୀବନରେ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବା।

    * ହଳଦିଆ: ଉତ୍ସାହର ପ୍ରତୀକ ହେଉଛି ଏହି ରଙ୍ଗ। ଗମ୍ଭୀରରୁ ଗମ୍ଭୀର ପରିସ୍ଥିତିରେ ବି ଏହା ମାନସିକ ସ୍ତରରେ ଦୃଢ ହେବା ପାଇଁ ପ୍ରେରଣା ଦେଇଥାଏ। ତେଣୁ ପୋଷାକଠାରୁ ଆରମ୍ଭ କରି ଘରେ ବି ହଳଦିଆ ରଙ୍ଗର ବ୍ୟବହାର କରିପାରିବେ।

    * ସବୁଜ: ଏହି ରଙ୍ଗ ହେଉଛି ଶାନ୍ତିର ପ୍ରତୀକ। ଯେଉଁମାନେ ଅଧିକରୁ ଅଧିକ ଏହି ରଙ୍ଗର ବ୍ୟବହାର କରିଥାନ୍ତି, ତାଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।

    *ନୀଳ: ସତ୍ୟତାର ସମ୍ପର୍କ ଏହି ରଙ୍ଗ ସହିତ ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେଣୁ ଘରେ ଏହି ରଙ୍ଗର ବ୍ୟବହାର ବି କରିପାରିବେ।

    *ବାଇଗଣୀ: ଏହି ରଙ୍ଗ ମନକୁ ଆଧ୍ୟାତ୍ମିକତା ଆଡ଼କୁ ଅଗ୍ରସର କରାଇଥାଏ। ତେଣୁ ପୂଜା ଘରେ ଏହି ରଙ୍ଗର ପ୍ରୟୋଗ କରିବା ଶୁଭଫଳ ଦେଇଥାଏ।

    *ସୁନେଲି: ଏହି ରଙ୍ଗ ଆତ୍ମସମ୍ମାନ ତଥା ଧନବୃଦ୍ଧିକୁ ସୂଚାଇଥାଏ। ତେଣୁ ଘରେ ଏହି ରଙ୍ଗର ଡୋର୍‌ ସ୍କ୍ରିନ୍‌ ଲଗାଇପାରିବେ କିମ୍ବା ଏହି ରଙ୍ଗର ପୋଷାକ ମଧ୍ୟ ପିନ୍ଧି ପାରିବେ।

    * କଳା ଓ ଧଳା: କଳାରଙ୍ଗ ଯେଉଁଠି ଜୀବନରେ ସମସ୍ୟା ତଥା ଅବସାଦକୁ ବଢାଇଥାଏ, ସେଠି ଧଳାରଙ୍ଗ ମନକୁ ଶାନ୍ତି ପ୍ରଦାନ କରିଥାଏ। ଖାସ୍‌ ସେଇଥିପାଇଁ ଘରର ଯେ କୌଣସି ରୁମ୍‌ରେ ଧଳା ରଙ୍ଗ ଲଗାଇଲେ ଚଳିବ କିନ୍ତୁ କଳା ରଙ୍ଗ କେଉଁଠି ବି ଲଗାଇବେ ନାହିଁ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook