Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ୟଙ୍ଗ ଲୁକ ପାଇଁ ବ୍ୟବହାର କରନ୍ତୁ ନଡ଼ିଆ ତେଲ

    Share on :
    ajab-Image
    Date: Sep 5, 2020    Views: 6162

    ସ୍ୱାସ୍ଥ୍ୟ ପାଇଁ ନଡିଆ ତେଲ ଖୁବ୍ ଲାଭକାରୀ ହୋଇଥାଏ । ଏହାର ଔଷଧିୟ ଗୁଣ ଆପଣଙ୍କ ଚୁଟିକୁ ସୁସ୍ଥ ରଖିବା ସହ ଶରୀର ଏବଂ ଚେହୋରାକୁ ମଧ୍ୟ ସୁନ୍ଦର ରଖିଥାଏ । ଏହି ତେଲ ଚର୍ମ ଏବଂ ଚୁଟିରେ ଚମକ ଆଣିଥାଏ । ତ୍ୱଚାକୁ ମଏଶ୍ଚରାଇଜ୍ କରିବା ହେଉ କି ଚୁଟିକୁ କଣ୍ଡିସନିଙ୍ଗ୍ କରିବା ହେଉ ନଡିଆ ତେଲ ଠାରୁ ଭଲ ବିକଳ୍ପ ଆଉ କିଛି ହୋଇନପାରେ । ତେବେ ଆଜି ଆମେ ଆପଣଙ୍କୁ ନଡିଆ ତେଲର ଏଭଳି କିଛି ଗୁଣ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ଲମ୍ବା ସମୟ ପର୍ୟ୍ୟନ୍ତ ଯୁବା ଦେଖାଯିବେ ।

    ୧. ନଡିଆ ତେଲ ଶୁଖିଲା ଚର୍ମକୁ କୋମଳ କରିଥାଏ । ଗାଧୋଇବାର ଦୁଇ ମିନିଟ୍ ପୂର୍ବରୁ ଶରୀରରେ ନଡିଆତେଲ ମାଲିସ୍ କରି ଥଣ୍ଡା ପାଣିରେ ଗାଧାନ୍ତୁ ।

    ୨. ଏଥିରେ ଆଣ୍ଟି-ଏଜିଙ୍ଗର ଗୁଣ ଥାଏ । ତେଲର କିଛି ବୁନ୍ଦା ନେଇ ଆଖି ପାଖରେ ମସାଜ୍ କରନ୍ତୁ । ଏଥିରେ ସ୍କିନ୍ ଗ୍ଲୋ କରିବା ସହ କୋମଳ ମଧ୍ୟ ହେବ । ଏହାର ବ୍ୟବହାରରେ ଡାର୍କ ସର୍କଲ ଏବଂ କୁଞ୍ଚପଣ ଦୂରେଇ ଯାଇଥାଏ ।

    ୩. ସନବର୍ଣ୍ଣରୁ ମଧ୍ୟ ନଡିଆ ତେଲ ତ୍ୱଚାକୁ ସୁରକ୍ଷା ଦେଇଥାଏ ।

    ୪. ଝାଳରୁ ହେଉଥିବା ଘିମିରି ସମସ୍ୟା ମଧ୍ୟ ଏଥିଯୋଗୁଁ ଦୂର ହୋଇଥାଏ । କୁଣ୍ଡିଆ ସମସ୍ୟା ଥିଲେ ମଧ୍ୟ ଏହି ତେଲକୁ ବ୍ୟବହାର କରି ଉପସମ ପାଆନ୍ତୁ ।

    ୫. ଚିନିରେ କିଛି ବୁନ୍ଦା ନଡିଆ ତେଲ ପକାଇ ସ୍କ୍ରବ୍ ଭଳି ବ୍ୟବହାର କରନ୍ତୁ,ଯାହାଦ୍ୱାରା ଡେଡ୍ ସ୍କିନ୍ ଏବଂ ଟାନିଙ୍ଗ୍ ସମସ୍ୟା ମଧ୍ୟ ଦୂର ହେବ ।

    ୬. ଚେହେରାରେ ବାରମ୍ବାର ନଡିଆ ତେଲ ଘଷିଲେ କ୍ଷତ ଚିହ୍ନ ମଧ୍ୟ ଦୂରେଇ ଯାଏ ।

    ୭. ମେକଅପ୍ ଉତାରିବା ପାଇଁ ନଡିଆ ତେଲର ବ୍ୟବହାର ହୁଏ । ତୁଳାକୁ ତେଲରେ ପୁରାଇ ଚେହେରାରେ ଘଷନ୍ତୁ,ମେକଅପ୍ ଉତୁରିଯିବ । ଏଥିରେ କାଜଲ,ସସ୍କରା ଏବଂ ଆଇ-ଲାଇନର୍ ମଧ୍ୟ ବିନା ସ୍ମଜ୍ ହୋଇ ବାହାରିଆସିବ ।

    ୮. ତେଲ ସାହାର୍ୟ୍ୟରେ ଆଙ୍ଗୁଠି ମସାଜ୍ କରନ୍ତୁ ଏଥିରେ ରକ୍ତ ପ୍ରବାହରେ ବ୍ୟାଘାତ ହୁଏନାହିଁ । ନଖ ଆଖପାଖରେ ଚର୍ମ ମଧ୍ୟ ଉପୁଡିବ ନାହିଁ । ଏଥିରେ ନଖରେ ମଧ୍ୟ ଚମକ ଆସିବ ।

    ୯. ଫଟା ଗୋଇଠି ଏବଂ ପାଦକୁ ସୁନ୍ଦର କରିବା ପାଇଁ ନଡିଆ ତେଲର ବ୍ୟବହାର ସର୍ବୋକୃଷ୍ଟ ଅଟେ । ଏଥିପାଇଁ ତେଲରେ ଚିମୁଯାଏ ହଳଦୀ ମଧ୍ୟ ପକାଇ ପାରିବେ ।

    ୧୦. ଫଟା ଓଠ ପାଇଁ ମଧ୍ୟ ନଡିଆ ତେଲ ରାମବାଣ ପରି କାମ କରେ ।

    Maximum 500 characters

    ଘରକରଣ View all

    Find Us on Facebook