Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାମେଶ୍ୱରରୁ ପାରାଦୀପକୁ ଯୋଡ଼ିବ ଉପକୂଳ ରାଜପଥ

    Share on :
    ajab-Image
    Date: Jun 3, 2026    Views: 2689

    ଓଡ଼ିଶାରେ ୧୬୩.୧୮୦ କିମି ଉପକୂଳ ରାଜମାର୍ଗକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

    ପ୍ରକଳ୍ପ ଲାଗି ଖର୍ଚ୍ଚ ହେବ ୮,୩୦୦.୭୯ କୋଟି ଟଙ୍କା

    ହାଇବ୍ରିଡ ଆନୁଇଟି ମାଧ୍ୟମରେ ଦୁଇଟି ପ୍ୟାକେଜରେ ନିର୍ମାଣ ହେବ ଏହି ପ୍ରକଳ୍ପ

    ଓଡ଼ିଶାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପକୂଳ ରାଜପଥ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଓଡ଼ିଶାରେ ହାଇବ୍ରିଡ୍ ଆନୁଇଟି ମଡେଲ୍ ମାଧ୍ୟମରେ ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥ ତିଆରି ହେବ । ମୋଟ ୧୬୦.୧୮ କିଲୋମିଟର ଲମ୍ବ ଏହି ପ୍ରକଳ୍ପ ଲାଗି ୮,୩୦୦.୭୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।
    ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥର ପ୍ରକଳ୍ପ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂପୁର ଜିଲ୍ଲା ଦେଇ ଯିବାର ପ୍ରସ୍ତାବ ରହିଛି । ବର୍ତ୍ତମାନ ୧୬ ନମ୍ବର ଜାତୀୟ ରାଜପଥର ନେଟୱାର୍କ ସ୍ୱର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପର ଏକ ଅଂଶବିଶେଷ। ୬ ଲେନ୍ ବିଶିଷ୍ଟ ଏନଏଚ୍-୧୬ ପୂର୍ବରୁ ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ଆଦି ପ୍ରମୁଖ ସହରକୁ ଯୋଡ଼ି ସାରିଛି । ସେହିପରି ଏନଏଚ-୩୧୬ ଭୁବନେଶ୍ୱର-ପୁରୀକୁ ସଂଯୋଗ କରିବା ସହିତ ସାତପଡ଼ା ଓ କୋଣାର୍କକୁ ସଂଯୋଗ କରିଥାଏ । ତେବେ ପୁରୀ-ସାତପଡ଼ା ଏବଂ ପୁରୀ-କୋଣାର୍କ ଭାଗରେ ସଡ଼କର ଜ୍ୟାମିତିକ ଢାଞ୍ଚା ଖରାପ ରହିଛି । ଏହି ରାଜପଥ ପାର୍ଶ୍ୱରେ ଅନେକ ନିର୍ମାଣ କାର୍ଯ୍ୟ ହୋଇଛି ଏବଂ ରାସ୍ତାକଡ଼ରେ ସ୍ଥାନୀୟ ଯାତ୍ରୀଙ୍କ ଭିଡ଼ ବହୁତ ଅଧିକ ରହିଥାଏ। ଏସବୁ କାରଣରୁ ଦୀର୍ଘ ଦୂରଗାମୀ ଯାନବାହନ ଚଳାଚଳ ପାଇଁ ଏହି ମାର୍ଗ ଅତ୍ୟନ୍ତ ଅନୁପଯୁକ୍ତ ହୋଇପଡ଼ିଛି ।
    ପ୍ରସ୍ତାବିତ ଯୋଜନା ଅନୁଯାୟୀ ପ୍ୟାକେଜ୍ ୧ରେ ରାମେଶ୍ୱରରୁ କୋଣାର୍କ ପର୍ଯ୍ୟନ୍ତ ୪ ଲେନ୍ ବିଶିଷ୍ଟ ସଡ଼କ ନିର୍ମାଣ କରାଯିବ। ପ୍ୟାକେଜ୍-୨ରେ କୋଣାର୍କରୁ ପାରାଦୀପ ପର୍ଯ୍ୟନ୍ତ ୨ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଘଣ୍ଟା ପ୍ରତି ୧୦୦ କିମି ବେଗରେ ଯାନବାହନ ଚଳାଚଳ ଲାଗି ସଡ଼କର ଡିଜାଇନ୍ ପ୍ରସ୍ତୁତ କରାଯିବ । ଏହାଫଳରେ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଏବଂ ଜଗତସିଂପୁର ଜିଲ୍ଲାରେ ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ହେବ। ଏହି ପ୍ରକଳ୍ପ ଆଞ୍ଚଳିକ ପରିବହନକୁ ଉନ୍ନତ କରିବା ସହିତ ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବ।
    ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଗତିଶକ୍ତି ନୀତି ସହିତ ସମନ୍ୱିତ ଏବଂ ୯ଟି ଆର୍ଥିକ ଏବଂ ୫ଟି ଲଜିଷ୍ଟିକ୍ କେନ୍ଦ୍ରକୁ ପରସ୍ପର ସହିତ ସଂଯୋଗ କରିବ। ଏହା ଦେଶର ଲଜିଷ୍ଟିକ୍ ପ୍ରଦର୍ଶନ ସୂଚକାଙ୍କ (ଏଲପିଆଇ) ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ।
    ଏହି ରାଜପଥ ସମ୍ପୂର୍ଣ୍ଣ ହେବା ପରେ, ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ ୨ ଘଣ୍ଟା ୩୦ ମିନିଟ୍ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏହା ସହିତ ଯାତ୍ରୀ ଏବଂ ମାଲ ପରିବହନ ପାଇଁ ଏକ ନିରାପଦ, ଦ୍ରୁତ ଏବଂ ନିରବଚ୍ଛିନ୍ନ ଯୋଗାଯୋଗ ସୁବିଧା ମିଳିବ । ଏହି ପ୍ରକଳ୍ପ ଇନ୍ଧନ ବ୍ୟବହାର, ଅଙ୍ଗାରାକାମ୍ଳ ନିର୍ଗମନ ଏବଂ ଯାନବାହାନ ପରିଚାଳନା ଖର୍ଚ୍ଚକୁ  ଯଥେଷ୍ଟ ହ୍ରାସ କରିବ ।

    Maximum 500 characters

    ତାଜା ଖବର View all

    Find Us on Facebook