Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି ବଢିଲା CNG ଦର

    Share on :
    ajab-Image
    Date: May 17, 2026    Views: 3005

    ନୂଆଦିଲ୍ଲୀ,; ଦିଲ୍ଲୀ-ଏନସିଆରର ସହରଗୁଡ଼ିକରେ ଆଜି ପୁଣି ଥରେ ସିଏନଜି ମୂଲ୍ୟ ବୃଦ୍ଧି କରାଯାଇଛି । ଦୁଇ ଦିନ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ସିଏନଜି  ମୂଲ୍ୟ ବୃଦ୍ଧି ହୋଇଛି । ୧ ଟଙ୍କା ବଢିଛି ସିଏନଜି ଦର । ଏହି ସଦ୍ୟତମ ବୃଦ୍ଧି ସହିତ, ଦିଲ୍ଲୀରେ ସିଏନଜି ମୂଲ୍ୟ ପ୍ରତି କିଲୋଗ୍ରାମ ୭୯.୦୯ରୁ ବ ୮୦.୦୯ ରେ ପହଞ୍ଚିଛି । ୨ ଦିନ ତଳେ ପୂର୍ବରୁ, ଗ୍ୟାସ କମ୍ପାନୀଗୁଡ଼ିକ ୨ ଟଙ୍କା ବଢାଇଥିଲେ ସିଏନଜି ଦର । ମାତ୍ର ତିନି ଦିନ ମଧ୍ୟରେ ସିଏନଜି ତିନି ଟଙ୍କା ମହଙ୍ଗା ହୋଇଛି ସିଏନଜି ।

    ଦିଲ୍ଲୀରେ  କିଲୋଗ୍ରାମ ପ୍ରତି ସିଏନଜିର ମୂଲ୍ୟ ୮୦.୦୯ ରେ ପହଞ୍ଚିଛି । ଗାଜିଆବାଦରେ ଏହି ମୂଲ୍ୟ ଏବେ ୮୮.୭୦ରେ ପହଞ୍ଚିଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସିଏନଜିର ମୂଲ୍ୟ ୮୪ରେ ପହଞ୍ଚିଛି । ପିଏନଜି ଏବଂ ଘରୋଇ ସିଲିଣ୍ଡରର ମୂଲ୍ୟରେ ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହୋଇନାହିଁ । ସାଧାରଣ ଲୋକଙ୍କ ରୋଷେଇ ଘରକୁ ପାଇପ୍ ମାଧ୍ୟମରେ ଯୋଗାଣ ହେଉଥିବା ପ୍ରାକୃତିକ ଗ୍ୟାସ  ଏବଂ ଘରୋଇ ରୋଷେଇ ପାଇଁ ବ୍ୟବହୃତ ଏଲପିଜି ଗ୍ୟାସ ସିଲିଣ୍ଡର ଉଭୟର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

     ଦେଶ ଏହାର ପ୍ରାକୃତିକ ଗ୍ୟାସ ଆବଶ୍ୟକତାର  ୫୦% ରୁ ଅଧିକ ଆମଦାନୀ କରେ । ହୋର୍ମୁଜ ସଙ୍କଟ ପରେ, ଯୋଗାଣ ଅଭାବ ଏବଂ ଚାହିଦା ବୃଦ୍ଧି ଯୋଗୁଁ ଗ୍ୟାସ କମ୍ପାନୀଗୁଡ଼ିକ ପାଇଁ ଗ୍ୟାସ କ୍ରୟ ମହଙ୍ଗା ହୋଇଗଲା । କମ୍ପାନୀଗୁଡ଼ିକ କହିଛନ୍ତି ଯେ, ଯଦି ଏବେ ମୂଲ୍ୟ ବୃଦ୍ଧି କରାନଯାଏ, ତେବେ ସେମାନେ ବହୁତ କ୍ଷତି ସହିବେ । ଗ୍ରାହକଙ୍କ ଉପରେ ଖର୍ଚ୍ଚ ବୋଝ ଲଦି ହୋଇଯିବ । ଦିଲ୍ଲୀ-ଏନସିଆରରେ ଆଇଜିଏଲ୍ ସିଏନଜି ଏବଂ ପିଏନଜି ଗ୍ୟାସ ଏବଂ ମହାରାଷ୍ଟ୍ରରେ ଏମଜିଏଲ୍ ଯୋଗାଣ କରେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook