Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମମତାଙ୍କୁ ଚିଠି ଲେଖିଲେ ମୋହନ

    Share on :
    ajab-Image
    Date: May 7, 2025    Views: 3376

    ଭୁବନେଶ୍ଵର: ଦୀଘାକୁ ‘ଜଗନ୍ନାଥ ଧାମ’ ନାମକରଣ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗରେ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଓଡ଼ିଶାରେ ନେତାଙ୍କଠୁ ନେଇ ସାଧାରଣ ଜନତା ଖୁବ୍ ସମାଲୋଚନା କରିଛନ୍ତି। ଏପରିକି ମମତାଙ୍କୁ ପୁରୀରେ ପାଦ ରଖିବାକୁ ଦେବୁ ନାହିଁ ବୋଲି ମଧ୍ୟ ପୁରୀରୁ ଉଠିଛି ତୀବ୍ର ସ୍ଵର। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଦୀଘାରେ ନୂତନ ଭାବରେ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରକୁ "ଜଗନ୍ନାଥ ଧାମ" ନାମକରଣ କରାଯିବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାରି ଧାମରୁ ଶ୍ରେଷ୍ଠ ଧାମ ହେଉଛି ପୁରୀ। ଦୀଘାକୁ ଜଗନ୍ନାଥ ଧାମ କୁହା ନ ଯାଉ। ପୁରୀ ଧାମ ସହ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ। ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ଅଟେ ପୁରୀ। ଦୀଘାକୁ ଜଗନ୍ନାଥ ଧାମ କହି ଶ୍ରଦ୍ଧାଳୁଙ୍କୁ ବିଭ୍ରାନ୍ତ କରାନଯାଉ। ଦୀଘାରେ ଧାମ ଶବ୍ଦର ବ୍ୟବହାର ନ ହେଉ। ଆନ୍ତଃରାଜ୍ୟ ସାଂସ୍କୃତିକ ସମ୍ବେଦନଶୀଳତାକୁ ବଜାୟ ରଖାଯାଉ।  "ଶ୍ରୀ ଜଗନ୍ନାଥ ଧାମ" ଶବ୍ଦଟି ଗଭୀର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରେ, ଯାହା ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରୁ ଗୋଟିଏ - ପୁରୀ, ଓଡିଶା ସହିତ ଅନନ୍ୟ ଭାବରେ ଜଡିତ। ପୁରୀର ସ୍ୱତନ୍ତ୍ର ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନାକୁ ଆଘାତ ନ ଦେବା ପାଇଁ ଦୀଘା ମନ୍ଦିର ପାଇଁ ଏହି ପବିତ୍ର ନାମ ବ୍ୟବହାର ଉପରେ ପୁନର୍ବିଚାର କରିବାକୁ ପଶ୍ଚିମବଙ୍ଗକୁ ଅନୁରୋଧ କରୁଛି ବୋଲି ଏକ୍ସରେ ଲେଖିଛନ୍ତି।

    ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ଧାମ ଲେଖାକୁ ନେଇ ନେତାଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ଜଗନ୍ନାଥ ପ୍ରେମୀ ସମସ୍ତେ ବିରୋଧ କରିଥିଲେ। ପ୍ରତିବାଦର ସ୍ବର ଉଠିଲା।ହେଲେ ଏତେ ବିବାଦ ପରେ ବି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ଜିଦଖୋର୍ ମନୋଭାବରୁ ହଟିନାହାନ୍ତି। ଦୀଘା ଜଗନ୍ନାଥ ମନ୍ଦିର ସାମ୍ନାରେ ରାତା ରାତି ପଶ୍ଚିମବଙ୍ଗ ପ୍ରଶାସନ ଜଗନ୍ନାଥ ଧାମ ଲେଖାଥିବା ଅସ୍ଥାୟୀ ହୋର୍ଡିଂ ହଟାଇ ସ୍ଥାୟୀ  ହୋର୍ଡିଂ ଲଗାଇଛନ୍ତି। ଏବେ ମମତାଙ୍କ ଏପରି କାର୍ୟ୍ୟ  ପୁଣି ବିବାଦକୁ ବଢ଼ାଇଛି। 

    Maximum 500 characters

    ରାଜନୀତି View all

    Find Us on Facebook