Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୨ ମିନିଟ ନବୀନଙ୍କ ବସିବାକୁ ଧୈର୍ୟ୍ୟ ନାହିଁ : ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Dec 9, 2025    Views: 2692

    ଭୁବନେଶ୍ବର : ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନା ହେଲେ ବିରୋଧୀଙ୍କୁ କଡ଼ା ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୃହକୁ ନବୀନ ନଆସିବା ନେଇ ପ୍ରଶ୍ନ ଉଠାଇଲେ ମୁଖ୍ୟମନ୍ତ୍ରୀ । କହିଲେ ୨ ମିନିଟ ନବୀନଙ୍କ ବସିବାକୁ ଧୈର୍ୟ୍ୟ ନାହିଁ । ନୂଆପଡ଼ାରେ ୬ ଘଣ୍ଟା ପ୍ରଚାର ପାଇଁ ଗଲେ । ଗୃହ ୯ ଦିନ ହେଲା ଚାଲିଳାଣି । ବିରୋଧୀ ଦଳ ନେତା କେତେ ଦିନ ଆସିଛନ୍ତି । କେତେ ସମୟ ବିତାଇଛନ୍ତି । କେତୋଟି ଡିବେଟରେ ସରକାରଙ୍କୁ ଘେରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ପ୍ରଶ୍ନ କରିଛନ୍ତି ।

    ଖାଲି ଏକ୍ସ ରେ ପୋଷ୍ଟ କରିଦେଲେ ବିକାଶ ହେବ ନାହିଁ । ଗୃହରେ କଥା ଉଠାଇବାକୁ ଅଧିକାର ଦିଆଯାଇଛି । ଯଦି ଦେହ ଖରାପ ଅଲଗା କଥା । ଯଦି ସମୟ ନାହିଁ, ପ୍ରଚାର ପାଇଁ ଗଲେ ଗୃହକୁ ଆସିବା ପାଇଁ ସମୟ କେମିତି ନାହିଁ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବିବୃତି ବେଳେ ବିରୋଧୀ କକ୍ଷ ତ୍ୟାଗ କରିବାରୁ ଟାର୍ଗେଟ କଲେ ମୋହନ । କହିଲେ ବିରୋଧୀ ଦଳ ସଦସ୍ୟଙ୍କର ଧୈର୍ୟ୍ୟ ନାହିଁ କି ବିରୋଧୀ ଦଳ ନେତାଙ୍କର ବି ଧୈର୍ୟ୍ୟ ନାହିଁ । ସକାଳ ଯାଏଁ ମଧ୍ୟ ବିଧାନସଭା ଚଳାଇବା ପାଇଁ ଆମେ ପ୍ରସ୍ତୁତ । କ୍ରିକେଟ ମ୍ୟାଚ୍ ଦେଖିବାକୁ ଟିକେଟ ନେଇ ବିରୋଧୀ ଶୀଘ୍ର ପଳାଇଲେ ବୋଲି କହି କଲେ କଟାକ୍ଷ ।

    Maximum 500 characters

    ରାଜନୀତି View all

    Find Us on Facebook