Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଇନ୍ଦିରାଙ୍କ ଟ୍ରବୁଲ ସୁଟର ସିଦ୍ଧାର୍ଥ ଶଙ୍କର ରାୟ

    Share on :
    ajab-Image
    Date: Mar 12, 2021    Views: 5522

    ୧୯୨୦ ଅକ୍ଟୋବର ୨୦ରେ ଜନ୍ମ ଗ୍ରହଣ କରିଥିବା ସିଦ୍ଧାର୍ଥ ଶଙ୍କର ରାୟ ୨୦୧୦ ନଭେମ୍ବର ୬ରେ ମୃତୁ୍ୟବରଣ କରିଥିଲେ  । ଜଣେ ବରିଷ୍ଠ ଆଇନଜୀବୀ, କୂଟନୀତିଜ୍ଞ ଓ ଇନ୍ଦିରା ଗାନ୍ଧୀଙ୍କର ଟ୍ରବୁଲ ସୁଟର ଭାବେ ସେ ଭାରତୀୟ ରାଜନୀତିରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲେ  । ନିଜର ରାଜନୈତିକ ଜୀବନରେ ସେ ଅନେକ ପଦପଦବୀ ଅଳଙ୍କୃତ କରିଥିଲେ  । ସେହିପରି କ୍ରିକେଟ ଓ ଫୁଟବଲ ଖେଳାଳୀ ଭାବେ ମଧ୍ୟ ସେ ଖ୍ୟାତି ଅର୍ଜନ କରିଥିଲେ ।
     
    ୧୯୭୨ରୁ ୧୯୭୭ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିଥିବାବେଳେ ୧୯୮୬ରୁ ୧୯୮୯ ପର୍ଯ୍ୟନ୍ତ ପଞ୍ଜାବର ରାଜ୍ୟପାଳ ଭାବେ ବି କାର୍ଯ୍ୟ କରିଥିଲେ  । ୧୯୯୨ରୁ ୧୯୯୬ ପର୍ଯ୍ୟନ୍ତ ସେ ଆମେରିକାରେ ଭାରତୀୟ ଆମ୍ବାସଡ଼ର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।  
     
    ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ଦେଶରେ ଜରୁରୀକାଳୀନ ଶାସନ ଜାରି କରାଯାଇଥିବାବେଳେ ସେ ହିଁ ଏହାର ପ୍ରଚ୍ଛଦପଟ୍ଟରେ ଥିବା କୁହାଯାଏ  । ଇନ୍ଦିରାଙ୍କୁ ସେ ଏନେଇ ପ୍ରସ୍ତାବ ଦେବା ସହ ରାଷ୍ଟ୍ରପତିଙ୍କୁ ପ୍ରେରଣ କରାଯାଇଥିବା ପତ୍ର ଲେଖିଥିଲେ  ।
     
    ପ୍ରଥମେ ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିବା ସିଦ୍ଧାର୍ଥ ରାୟ ୧୯୫୮ରେ ଭବାନୀପୁର ବିଧାନସଭା ଆସନରୁ ବିପୁଳ ଭୋଟରେ ବାଜିମାତ କରିଥିଲେ  । ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ କ୍ୟାବିନେଟରେ ସେ ସର୍ବକନିଷ୍ଠ ମନ୍ତ୍ରୀ ଭାବେ ସ୍ଥାନ ପାଇଥିଲେ  । ୧୯୬୨ରେ ସେ ପୁଣିଥରେ ବିଧାନସଭାକୁ ନିର୍ବାଚନ ହୋଇଥିଲେ  । ୧୯୬୬ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook