Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନିର୍ବାଚନ ହାରି ବି ପାଇଲେ ମୁଖ୍ୟମନ୍ତ୍ରୀ ପଦ

    Share on :
    ajab-Image
    Date: Mar 22, 2022    Views: 7625

     ଉତ୍ତରାଖଣ୍ଡ:  ଉତ୍ତରାଖଣ୍ଡରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ବେଶ୍‌ ଭଲ ପ୍ରଦର୍ଶନ କରିବା ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି । ହେଲେ ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମି ନିର୍ବାଚନ ହାରିଯାଇଛନ୍ତି । ମାତ୍ର ଏହାପରେ ଦଳ ପକ୍ଷରୁ ତାଙ୍କୁ ଦ୍ୱିତୀୟଥର ଏହି ପଦ ପାଇଁ ଚୟନ କରାଯାଇଛି । ନିର୍ବାଚିତ ବିଧାୟକଙ୍କ ନେତା ଭାବେ ସେ ନିର୍ବାଚିତ ହେବା ପରେ ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।
    ଲଗାତାର ଦ୍ୱିତୀୟ ଥର ବିଜେପି ଉତ୍ତରାଖଣ୍ଡ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଏହା ଏକ ଐତିହାସିକ ଘଟଣା । ରାଜ୍ୟ ଗଠନ ହେବା ଦିନଠାରୁ ଗୋଟିଏ ପାଳିରେ ବିଜେପି ସରକାର ଗଠନ କଲେ ଅନ୍ୟ ପାଳିରେ କଂଗ୍ରେସ ସରକାର ଗଠନ କରିଥାଏ । ମାତ୍ର ପ୍ରଥମଥର ପାଇଁ ବିଜେପି ଲଗାତାର ଶାସନ କ୍ଷମତାକୁ ଆସିଛି ।

    ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମିଙ୍କର କାର୍ୟ୍ୟକୁଶଳତା ଯୋଗୁଁ ତାଙ୍କୁ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି । ଏହି ପଦ ପାଇଁ ସେ ଆଶାୟୀଙ୍କ ମଧ୍ୟରେ ଆଗରେ ଥିଲେ । ମୁଖ୍ୟମନ୍ତ୍ରୀ ଭାବେ ବେଶ୍‌ ଭଲ ପ୍ରଦର୍ଶନ କରିଥିବାରୁ ପୁନର୍ବାର ଏହି ପଦ ପାଇଛନ୍ତି । ମାତ୍ର ୬ ମାସ ମଧ୍ୟରେ ସେ ଦଳର ସମସ୍ତଙ୍କୁ ନେଇ ଚାଲିବା ସହ ଦଳ ବିଜୟୀ ହୋଇଥିଲା । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook