ମୁଖ୍ୟ ଖବର
ଭୁବନେଶ୍ଵର : ଆଜି ମଧ୍ୟାହ୍ନରେ ପୁଲିସ ଅଧିକାରୀଙ୍କ ସହ ସିଏମ୍ ଙ୍କ ବଡ଼ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହେବ ମିଟିଂ । ମୁଖ୍ୟ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ, ଟ୍ଵିନସିଟି ପୁଲିସ କମିଶନର ପ୍ରମୁଖ ଉପସ୍ଥିତ ରହିବେ ।
ସୂଚନା ଥାଉକି, ଆଗାମୀ ଦିନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ବୈଠକରେ ଆଲୋଚନା ହୋଇପାରେ । ସୁରକ୍ଷା ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିବେ ବୋଲି ଅନୁମାନ କରାଯାଉଛି । ସେପଟେ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ମୁମ୍ବାଇରେ ହେବାକୁ ଥିବା ଇଣ୍ଡିଆ କେମ୍ 2026ରେ ଯୋଗଦେବେ । ତା ସହ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଗସ୍ତରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହେବେ । ମୁମ୍ବାଇ ଯିବା ପୂର୍ବରୁ ରାଜ୍ୟର ଆଇନ ଶୃଙ୍ଖଳା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିପାରନ୍ତି । ସେହିପରି ଶାନ୍ତି ଶୃଙ୍ଖଳାର ସହ କିପରି ମା ଦୁର୍ଗାଙ୍କର ବିସର୍ଜନ କାର୍ଯ୍ୟ ସମାପ୍ତ ହେବ ତାକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ । ତେବେ କେଉଁ ବାବଦରେ ଆଲୋଚନା ହୋଇଛି ତାହା ବୈଠକ ପରେ ଜଣାପଡ଼ିବ ।
Comments ସମସ୍ତ ମତାମତ