Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁରୀ ଯାତ୍ରୀଙ୍କ ପାଇଁ ବିକଳ୍ପ ୮-ଲେନ୍ ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣ: ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Aug 19, 2026    Views: 3001

     ଭୁବନେଶ୍ୱର: କଟକରୁ ଭୁବନେଶ୍ୱର ଦେଇ ପୁରୀ ଅଭିମୁଖେ ଯାଉଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସହଜ ଓ ସୁବିଧା ଯାତାୟାତକୁ ଗୁରୁତ୍ୱ । ମହାପ୍ରଭୁଙ୍କ ଭକ୍ତଙ୍କ ପାଇଁ ନିରବଚ୍ଛିନ୍ନ ଗମନାଗମନ ବ୍ୟବସ୍ଥା ନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କ ପ୍ରାଥମିକତା । ପୁରୀ ଯାତ୍ରୀଙ୍କ ପାଇଁ ବିକଳ୍ପ ୮- ଲେନ୍ ରାସ୍ତା ହେବ ନିର୍ମାଣ ଓ ସମ୍ପ୍ରସାରଣ । ଭକ୍ତଙ୍କ ଯାତାୟାତକୁ ଅଧିକ ସୁଗମ କରିବା ପାଇଁ ପ୍ରଶସ୍ତ ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଇଛନ୍ତି ।
    ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଦିନକୁ ଦିନ ବୃଦ୍ଧି ପାଉଛି ଯାତାୟାତ ସମସ୍ୟା । ସମସ୍ୟାର ସ୍ଥାୟୀ ସମାଧାନ ଓ ସହର ଦ୍ୱୟର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଟ୍ୱିନ ସିଟିର ଟ୍ରାଫିକ ଡିକଞ୍ଜେସନ ପ୍ଲାନ (Traffic Decongestion Plan) ସମ୍ପର୍କରେ ବିସ୍ତୃତ ସମୀକ୍ଷା ହୋଇଛି । କଟକ-ଭୁବନେଶ୍ୱରରେ ନୋ-ଟ୍ରାଫିକ୍ ଜାମ, ଟ୍ରାଫିକ ଜଙ୍କସନ ମରାମତି ଓ ଭୁବନେଶ୍ୱର ରାସ୍ତା ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।
    ରାଜଧାନୀ ଭୁବନେଶ୍ୱର ସହିତ ଐତିହାସିକ ଓ ପୁରାତନ ସହର କଟକର ଯୋଗାଯୋଗ ସଡକ ଏବଂ ଏହାର ପାରିପାର୍ଶ୍ୱିକ ଅଞ୍ଚଳକୁ ଅଧିକ ସୁନ୍ଦର, ସ୍ୱଚ୍ଛ ଓ ସୁସଂଗଠିତ କରି ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି । ଏଥିସହିତ ଟ୍ୱିନ ସିଟିର ଯେଉଁ ସବୁ ପ୍ରମୁଖ ରାସ୍ତା ଓ ଟ୍ରାଫିକ୍ ଜଙ୍କସନଗୁଡ଼ିକ ଖରାପ ଅବସ୍ଥାରେ ଅଛି, ସେଗୁଡ଼ିକୁ ତୁରନ୍ତ ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବିଭାଗୀୟ ସଚିବ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ବୈଠକରେ ଯାତାୟାତକୁ ଅଧିକ ସୁଗମ କରିବା ପାଇଁ ୮-ଲେନ୍ ବିଶିଷ୍ଟ ପ୍ରଶସ୍ତ ରାସ୍ତା (8-Lane Road) ନିର୍ମାଣ ଓ ସମ୍ପ୍ରସାରଣ ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଛନ୍ତି । କଟକରୁ ଭୁବନେଶ୍ୱର ଦେଇ ପୁରୀ ଅଭିମୁଖେ ଯାଉଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଯେପରି ବିନା କୌଣସି ଟ୍ରାଫିକ ସମସ୍ୟାରେ ସହଜ ଓ ସୁବିଧାରେ ଯାତାୟାତ କରିପାରିବେ, ସେଥିପାଇଁ ନିରବଚ୍ଛିନ୍ନ ଗମନାଗମନ ବ୍ୟବସ୍ଥା ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିସହ ପ୍ରମୁଖ ଜଙ୍କସନଗୁଡ଼ିକର ବିକାଶ, ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଫ୍ଲାଏଓଭର, ଓଭରବ୍ରିଜ, ସ୍ମାର୍ଟ ଟ୍ରାଫିକ ସିଗନାଲ ସିଷ୍ଟମ, ସିସିଟିଭି ବ୍ୟବସ୍ଥା ଏବଂ ବେଆଇନ ପାର୍କିଂ ଉଚ୍ଛେଦକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦିଆଯାଇଛି ।ନଗରବାସୀଙ୍କୁ ସୁରକ୍ଷିତ ଯାତାୟାତ ସୁବିଧା ଯୋଗାଇଦେବା ସହ ଟ୍ୱିନ୍ ସିଟିର ନବକଳେବର ପାଇଁ ପୋଲିସ କମିଶନରେଟ, ନଗର ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ଓ ସ୍ଥାନୀୟ ପ୍ରଶାସନ ମିଳିମିଶି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ ସିଂହ, ଟ୍ୱିନ ସିଟି ପୋଲିସ କମିଶନର ଏସ. ଦେବଦତ୍ତ ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook