Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Aug 10, 2026    Views: 2871

    ଭୁବନେଶ୍ୱର:  ଓଡ଼ିଶା ବିଧାନସଭା ପାର୍ଶ୍ୱରେବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ମହିଳା ବିଧାୟିକା ସରଳା ଦେବୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସରଳା ଦେବୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ କରିବା ସହ ନିଜର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

    ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, "ନାରୀ ସଶକ୍ତିକରଣ ଏବଂ ଓଡ଼ିଶାର ସାମାଜିକ ଓ ରାଜନୈତିକ ଜାଗରଣର ପ୍ରତୀକ ସରଳା ଦେବୀଙ୍କର ଆଜି ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଲୋକାର୍ପିତ କରାଯାଇଛି। ସରଳା ଦେବୀ ଓଡ଼ିଶାର କେବଳ ପ୍ରଥମ ମହିଳା ବିଧାୟିକା ନଥିଲେ, ବରଂ ସ୍ୱାଧୀନତା ସଂଗ୍ରାମ ଓ ମହିଳା ମାନଙ୍କୁ ଅଧିକାର ପ୍ରଦାନ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ସେ ଓଡିଶାରେ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ। ବିଧାୟିକା ଭାବେ ସରଳା ଦେବୀ ନାରୀ ଶିକ୍ଷା ଓ ମହିଳା ମାନଙ୍କର ସାମାଜିକ ସୁରକ୍ଷା ପାଇଁ କାର୍ଯ୍ୟ କରିଥିଲେ। ସରଳା ଦେବୀଙ୍କ ପରି ମହାନ ବିପ୍ଳବୀଙ୍କ ତ୍ୟାଗ ଓ ସେବା ମନୋଭାବ ଆମକୁ ସଦାସର୍ବଦା ନିଷ୍ଠାର ସହ ଜନସେବା କରିବାକୁ ପ୍ରେରଣା ଦେଇ ଆସୁଛି" ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

    ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ, ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ, ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ସଂସ୍କୃତି ବିଭାଗର ଶାସନ ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ଉପ ନିର୍ଦ୍ଦେଶକ ଶ୍ରୀମତୀ ଦେବଯାନୀ ଭୂୟାଁ, ଉପ ନିର୍ଦ୍ଦେଶକ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ, ବୁଦ୍ଧିଜୀବୀ, ସମାଜସେବୀ ପ୍ରମୁଖ ଉପସ୍ଥିତ ରହି ସରଳା ଦେବୀଙ୍କ ସ୍ମୃତିଚାରଣ କରିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook