Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସୁନାରେ ଝଟକିଲେ ମହାବାହୁ, ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Jul 26, 2026    Views: 2681

    ପୁରୀ: ସୁନାବେଶ ଦର୍ଶନ ପାଇଁ  ଶ୍ରୀକ୍ଷେତ୍ର ହୋଇଥିଲା ଶ୍ରୀଜଗନ୍ନାଥମୟ । ସବୁ କିଛି ଭୁଲି ବଡ଼ଦାଣ୍ଡକୁ ସୁନାମି ଭଳି ମାଡ଼ି ଆସିଥିଲେ ଭକ୍ତ । ବଡ଼ଦାଣ୍ଡ ସମେତ ସାହି ଗଳିକନ୍ଦି ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଥିଲା । ଏହାରି ଭିତରେ ରଥାରୂଢ଼ ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ପତ୍ନୀ ମଧ୍ୟ ଶ୍ରୀଜିଉଙ୍କ ବଡ଼ତଡ଼ାଉ ବେଶ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସାଂସଦ ଡା. ସମ୍ବିତ ପାତ୍ର ଓ ବିଧାୟକଗଣ ଉପସ୍ଥିତ ଥିଲେ । ପରେ ମୁଖ୍ୟମନ୍ତ୍ରୀ ଜେବିପିସିସ୍ଥିତ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରରେ ଟ୍ରାଫିକ୍ ନିୟନ୍ତ୍ରଣ ସମୀକ୍ଷା କରିଥିଲେ।

    ​​​​​​ସୁନାବେଶରେ ଝଟକୁଥିଲେ କାଳିଆ ସାଆନ୍ତ । ରତ୍ନଖଚିତ ମହଣ ମହଣ ସୁବର୍ଣ୍ଣ ଆଭୂଷଣରେ ବିଭୂଷିତ ହୋଇଥିଲେ ବ୍ରହ୍ମାଣ୍ଡ ଅଧିପତି । ରଥାରୂଢ଼ ଦାରୁବ୍ରହ୍ମଙ୍କ ଅପୂର୍ବ ଆଭାରୁ ଦର୍ଶନାର୍ଥୀଙ୍କ ଆଖି ହଟୁ ନଥିଲା । ରଥ ସମ୍ମୁଖରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଢେଉ ଭାଙ୍ଗୁଥିଲା । ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବାକୁ ଠାକୁରେ ଅପଲକ ନୟନରେ ଚାହିଁ ରହିଥିଲେ । ଭକ୍ତବତ୍ସଳ ମହାପ୍ରଭୁ ବାହୁ ପ୍ରସାରି ଭକ୍ତଙ୍କ ପାପତାପ ହରଣ କରିବା ସହ ଅଭୟ ପ୍ରଦାନ କରୁଥିଲେ । ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ଚକଡ଼ା ଭିଜୁଥିଲା ଭକ୍ତ ଓ ଭଗବାନଙ୍କ ଭାବ ରସରେ । ୧୦ ଲକ୍ଷରୁ ଊଦ୍ଧ୍ୱ ର୍ ଶ୍ରଦ୍ଧାଳୁ ଠାକୁରଙ୍କ ସୁନାବେଶ ଦର୍ଶନର ଦିବ୍ୟ ଅନୁଭବ ପାଇଥିବା ଆକଳନ କରାଯାଏ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook