Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡିଆ ଚଳଚ୍ଚିତ୍ର ‘ଆଫା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Jul 2, 2026    Views: 2307

    ଭୁବନେଶ୍ୱର :  ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରୀତିରାଜ ଶତପଥୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ନୈନା ଦାଶ ତିୱାରୀଙ୍କ ଦ୍ୱାରା ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଆଫା’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରମୁକ୍ତ ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ କରିଛନ୍ତି ।

    ସୂଚନାଯୋଗ୍ୟ ଯେ, ଏହି ଚଳଚ୍ଚିତ୍ରଟି ଅଙ୍ଗଦାନର ବିଷୟବସ୍ତୁ ଉପରେ ଆଧାରିତ। ମାନବିକତାକୁ ପ୍ରେରଣା ଦେବା ଏବଂ ଯୁବସମାଜ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ଏହି ଚଳଚ୍ଚିତ୍ରର କାହାଣୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହି ଚଳଚ୍ଚିତ୍ରରେ ଦୀର୍ଘ ଦିନ ଧରି ଗୁରୁତର ରୋଗରେ ପୀଡିତ ଏକ ୧୬ବର୍ଷର ଝିଅ ନିଜ ଅଙ୍ଗଦାନ କରିବା ପାଇଁ ଆଗେଇ ଆସିଛି । ଜୀବନର ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏହି ଅସୀମ ସାହସର ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରଟି ଏକ ସାମାଜିକ ଆଦର୍ଶ ସୃଷ୍ଟି କରିବାରେ ସଫଳ ହେବ ବୋଲି ଆଶା କରାଯାଉଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook