Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ଭୁମିକା ମହତ୍ୱପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Jun 22, 2026    Views: 3260

    ଭୁବନେଶ୍ବର:ଆଜିର ପ୍ରଯୁକ୍ତିବିଦ୍ୟା ଯୁଗରେ ସୂଚନା ଓ ପ୍ରସାରଣର ସବୁଠାରୁ ବଡ଼ ଏବଂ ଶକ୍ତିଶାଳୀ ମାଧ୍ୟମ ସାଜିଛି ସୋସିଆଲ ମିଡ଼ିଆ।ଯାହା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ‘ଚାଏ ପେ ଚର୍ଚ୍ଚା’ସମୟରୁ ହିଁ ନିଜର ବ୍ୟାପକ ପ୍ରଭାବ ପ୍ରମାଣିତ କରିସାରିଛି । ବିଜେପି ଓଡ଼ିଶା ପକ୍ଷରୁ ଆୟୋଜିତ'ସୃଜନ ସମ୍ବାଦ: ଡିଜିଟାଲ୍ କ୍ରିଏଟର୍ସ ମିଟ୍'ରେଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

    ରାଜ୍ୟର ଅଗ୍ରଣୀ ସୃଜନଶୀଳ କ୍ରିଏଟର ଏବଂ ଡିଜିଟାଲ୍ ମିଡିଆ ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା କରିବାର ଏକ ଅନନ୍ୟ ଅବସର ମିଳିଲାବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ବିଜେପିରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାରଏଥିରେସାମିଲ ହୋଇଥିଲେ।

    ମୁଖ୍ୟମନ୍ତ୍ରୀ କହିଥିଲେ ଯେ,ଗତ ସରକାର ସମୟରେ ସମାଲୋଚନାକୁ ନାଲି ଆଖି ଦେଖାଇ ସ୍ୱର ଚପାଇବାର ପ୍ରୟାସ କରାଯାଉଥିବା ବେଳେ ଆମ ସରକାର ସୃଜନଶୀଳତାର ସ୍ୱାଧୀନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଦୃଢ଼ ବିଶ୍ୱାସ ରଖିଛି । ଏହି ପରିପ୍ରେକ୍ଷୀରେ,ଭ୍ରମାତ୍ମକ କ୍ଲିକ୍ବେଟ୍ ଓ ଶସ୍ତା ପ୍ରସିଦ୍ଧିର ମୋହରୁ ଦୂରରେ ରହି ଉନ୍ନତ ମାନର ଉଦ୍ଦେଶ୍ୟଭିତ୍ତିକ ବିଷୟବସ୍ତୁ (Purpose-driven content)ଉପରେ ଗୁରୁତ୍ୱ ଦେବାକୁ ମୁଁ ସମସ୍ତ କ୍ରିଏଟରମାନଙ୍କୁ ଆହ୍ୱାନ କରିଛି। ଆମ ସରକାରଙ୍କ ଜନହିତକର ପ୍ରୟାସ ଏବଂ ଓଡ଼ିଶାର ସମୃଦ୍ଧ କଳା,ସଂସ୍କୃତି ଓ ଅନନ୍ୟ ପରମ୍ପରାକୁ ଡିଜିଟାଲ୍ ମାଧ୍ୟମରେ ବିଶ୍ୱ ଦରବାରରେ ସଠିକ୍ ଭାବେ ଉପସ୍ଥାପନ କରି‘ବିକଶିତ ଭାରତ’ସହ‘ସମୃଦ୍ଧ ଓଡ଼ିଶା’ଗଠନର ସ୍ୱପ୍ନକୁ ସାକାର କରିବାରେ ସମସ୍ତେ ସକାରାତ୍ମକ ସାରଥି ସାଜନ୍ତୁବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook