Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ, ସୁଭଦ୍ରା ଶକ୍ତି ସମ୍ୱାଦ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Jun 13, 2026    Views: 2403

    ଭୁବନେଶ୍ବର: ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ସମାରୋହ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି । ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଅଙ୍ଗନବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ, ସୁଭଦ୍ରା ଶକ୍ତି ସମ୍ୱାଦ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ସହ ଭୁବନେଶ୍ୱର ପାଇଁ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର ।
    ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ସମାରୋହ । ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ବର୍ଷ ମଧ୍ୟରେ ନିଆଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ଓ ଯୋଜନା ସମ୍ପର୍କରେ ଆଲୋକପାତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆମ ସରକାର ପ୍ରଧାନମନ୍ତ୍ରୀଙ୍କ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ’ର ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଶିତ ଭାରତର ସ୍ୱପ୍ନ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦକୁ ପାଥେୟ କରି ଆମେ ଏକ ସମୃଦ୍ଧ, ସଶକ୍ତ ଏବଂ ସ୍ୱାଭିମାନୀ ଓଡ଼ିଶା ଗଢ଼ିବାକୁ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିଛୁ ।"
    ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଅଙ୍ଗନବାଡି କର୍ମୀ, ସୁପରଭାଇଜର ଏବଂ ବ୍ଲକ ସଂଯୋଜକମାନଙ୍କ ପାଇଁ ସ୍ମାର୍ଟ ଫୋନ ପ୍ରଦାନର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୭୨,୨୨୪ ଅଙ୍ଗନବାଡି କର୍ମୀ, ୨୮୦୨ ଲେଡି ସୁପରଭାଇଜର ଓ ୩୩୮ ବ୍ଲକ ସଂଯୋଜକଙ୍କୁ ଏହି ଫୋନ ପ୍ରଦାନ କରାଯିବ । ଏଥିସହିତ ମୁଖ୍ୟମନ୍ତ୍ରୀ, ସୁଭଦ୍ରା ଶକ୍ତି ସମ୍ୱାଦ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ୨ ବର୍ଷର ସଫଳତା ଓ ଉପଲବ୍ଧି ଶୀର୍ଷକ ଏକ ପ୍ରଦର୍ଶନୀ ଉଦଘାଟନ କରିବା ସହିତ ବୁଲି ଦେଖିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook