Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ବୋର୍ଡର ପୁନର୍ଗଠନ; ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଓ 20 ସଦସ୍ୟ

    Share on :
    ajab-Image
    Date: Jun 9, 2026    Views: 3163

    ଭୁବନେଶ୍ବର: ଓଡ଼ିଶା ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ବୋର୍ଡ’ର ପୁନର୍ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ୨୦ ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବା ନୂଆ ବୋର୍ଡରେ ଉପାଧ୍ୟକ୍ଷ ହୋଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
    ଅନୁସୂଚିତ ଜାତି ଗୁଡ଼ିକର କଲ୍ୟାଣ, ବିକାଶ ଓ ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ପରାମର୍ଶ ଦେବା ପାଇଁ ଓଡ଼ିଶା ସରକାର ‘ଓଡ଼ିଶା ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ବୋର୍ଡ’ର ପୁନର୍ଗଠନ କରିଛନ୍ତି । ST & SC Development, M&BCW ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ନୂତନ ବୋର୍ଡର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରହିଥିବା ବେଳେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ୧୯୫୭ ମସିହାର ‘ଓଡ଼ିଶା ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ବୋର୍ଡ ନିୟମାବଳୀ’ର ନିୟମ-୩ ଓ ୫ ଅନୁଯାୟୀ ସରକାର ଏହି ପୁନର୍ଗଠନ କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏହି ଆଦେଶ ମାଧ୍ୟମରେ ବୋର୍ଡରେ ଲୋକସଭା ସଦସ୍ୟ, ବିଧାୟକ ଏବଂ ବିଭିନ୍ନ ଅଞ୍ଚଳର ପ୍ରତିନିଧିମାନଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି ।
    ନୂଆ ବୋର୍ଡରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଓ ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ସଦସ୍ୟ କରାଯାଇଛି । ସେହିପରି ବଡ଼ସାହିର ସନାତନ ବିଜୁଳି, ନିଆଳିର ଛବି ମଲ୍ଲିକ, ଛେଣ୍ଡିପଦାର ଅଗସ୍ତି ବେହେରା, ଅତାବିରାର ନିହାର ରଞ୍ଜନ ମହାନନ୍ଦ, କଟକ ସଦରର ପ୍ରକାଶ ଚନ୍ଦ୍ର ସେଠୀ, ହିନ୍ଦୋଳର ସିମାରାଣୀ ନାୟକ, ଛତ୍ରପୁରର କୃଷ୍ଣଚନ୍ଦ୍ର ନାୟକ, କୋରାପୁଟର ରଘୁରାମ ମାଛ, ରଘୁନାଥପାଲ୍ଲୀର ଦୁର୍ଗାଚରଣ ତନ୍ତୀ, ତିର୍ତ୍ତୋଲର ଡ଼. ରମାକାନ୍ତ ଭୋଇ ଏବଂ ଖଲ୍ଲିକୋଟର ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ବୋର୍ଡ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଏହା ଛଡ଼ା ବୀରମହାରାଜପୁରର ରଘୁନାଥ ଜଗଦଲା, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ନୂଆପଡ଼ାର ମନିଜର ଆରିୟା, ଅନୁଗୋଳର ଚନ୍ଦନ ସ୍ୱରାଜ ଏବଂ ମାଲକାନଗିରିର ନିମାଇ ଚନ୍ଦ୍ର ପାଲଙ୍କୁ ମଧ୍ୟ ସଦସ୍ୟ ଭାବେ ସ୍ଥାନ ମିଳିଛି । ବିଭାଗର ପ୍ରମୁଖ ସଚିବ/କମିଶନର-ତଥା-ସଚିବ ବୋର୍ଡର ସଚିବ (Ex-officio) ଭାବେ କାର୍ଯ୍ୟ କରିବେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook