Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କମିଶନ ରିପୋର୍ଟ ଚୋରି ଅଭିଯୋଗ ଆସିଲେ ସରକାର ତଦନ୍ତ କରିବେ-ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Jun 7, 2026    Views: 2941

    ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ କାର୍ଯ୍ୟାଳୟରୁ ଗୁରୁତ୍ବପୂର୍ଣ୍ଣ ତଦନ୍ତ କମିଶନ ରିପୋର୍ଟ ଚୋରି ଅଭିଯୋଗକୁ ନେଇ ରାଜ୍ୟ ରାଜନୀତିରେ ଝଡ଼। ଗତକାଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓଟିଭିକୁ ଏକ୍ସକ୍ଲୁସିଭ୍ ଇଣ୍ଟର୍ଭ୍ୟୁରେ କହିଛନ୍ତି, ନବୀନଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ତାଙ୍କ ଦପ୍ତରରୁ ଚୋରି ହୋଇଛି ଦୁଇ ଦୁଇଟି ତଦନ୍ତ କମିଶନଙ୍କ ରିପୋର୍ଟ। ଆଉ ଆଇନ୍ ମନ୍ତ୍ରୀଙ୍କ ଏ ରିଆକ୍ସନ ପରେ ତୁରନ୍ତ ଆକ୍ସନ ମୋଡକୁ ଆସି, କେଉଁ ଫାଇଲ୍ ବୋଲି ପ୍ରଶ୍ନ କରିଛି ବିଜେଡି। ଏ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିବାରୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅଭିଯୋଗ ଆସିଲେ ସରକାର ତଦନ୍ତ କରିବେ।.

    ବିଜେଡି ସରକାର ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୁରୁତ୍ବପୂର ଫାଇଲ ଚୋରି। ସାର୍ବଜନୀନ ହେବା ଆଗରୁ ଦୁଇ ଦୁଇଟି ତଦନ୍ତ କମିଶନଙ୍କ ତଦନ୍ତ ରିପୋର୍ଟ ଗାଏବ। ଗତକାଲି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଓଟିଭିକୁ ଏକ୍ସକ୍ଲୁସିଭ୍ ସୂଚନା ଦେବା ପରେ ଏହାକୁ ନେଇ ଘମାସାନ। ଓଡ଼ିଶା ରାଜନୀତିରେ ଦେଖାଦେଇଛି ବଡ଼ କମ୍ପନ। କାଲି ଆଇନ ମନ୍ତ୍ରୀ କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳରେ ତାଙ୍କ ଅଫିସରୁ ଦୁଇଟି ତଦନ୍ତ କମିଶନ୍ ରିପୋର୍ଟ ଗାଏବ୍ ହୋଇଥିଲା। ଖୁବଶୀଘ୍ର ୟାର ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦିଆଯିବ ବୋଲି କହିଥିଲେ ଆଇନ ମନ୍ତ୍ରୀ। 

    ତେବେ ପୂର୍ବ ସରକାରକୁ ଆଇନ ମନ୍ତ୍ରୀଙ୍କ ଏ ଆକ୍ଷେପ ପରେ ଚିହିଁକି ଉଠିଛନ୍ତି ବିରୋଧୀ। ପୂର୍ବତନ ଆଇନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ ଦାବି କରିଛନ୍ତି ସିଏମଓରୁ କେଉଁ କମିଶନଙ୍କ ତଦନ୍ତ ଫାଇଲ ଚୋରି ହୋଇଛି, ତାହା ସରକାର ପ୍ରଥମେ ସ୍ପଷ୍ଟ କରନ୍ତୁ। ଉପରଠଉରିଆ ଭାବେ ନକହି ଉତ୍ତର ଦାୟିତ୍ବ ନିଅନ୍ତୁ। ଆଉ ସେପଟେ ଅରୁଣଙ୍କ ଏ ଦାବି ପରେ ବିଜେପି ବିଧାୟକ ପ୍ରଶାନ୍ତ ଜଗଦେବ କହିଛନ୍ତି, ପୂର୍ବତନ ଆଇନ୍ ମନ୍ତ୍ରୀ ସବୁ ଜାଣିଛନ୍ତି। ଶାସନରେ ଥିବା ବେଳେ ଖୋଳିଥିବା ଖାଲରେ ଏବେ ସେ ନିଜେ ପଡ଼ିବାକୁ ଯାଉଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook