Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଦ୍ବିତୀୟ ବର୍ଷ ପୂର୍ତ୍ତିରେ ଦୁଇଟି ବଡ଼ ଯୋଜନା ଘୋଷଣା ହେବ

    Share on :
    ajab-Image
    Date: May 29, 2026    Views: 2733

    ଭୁବନେଶ୍ବର: ଜୁନ୍ ୧୨ରେ ବିଜେପି ସରକାରକୁ ଦୁଇ ବର୍ଷ ପୂରିବାକୁ ଯାଉଥିବାବେଳେ ଏହି ଉପଲକ୍ଷେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହେ‌ବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ଏକ ଜନସଭାକୁ ସମ୍ବୋଧନ କରିବେ। ଏହାସହ ବିକଶିତ ଓଡ଼ିଶା-ବିକଶିତ ଭାରତ ଲକ୍ଷ୍ୟ ପାଇଁ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ ଦେବେ।
    ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଗୋଟିଏ କିମ୍ବା ଦୁଇଟି ବଡ଼ ଯୋଜନା ଘୋଷଣା କରିବାକୁ ଯୋଜନା କରୁଛନ୍ତି। ଏଥିପାଇଁ ବିଭିନ୍ନ ବିଭାଗକୁ ପ୍ରସ୍ତାବ ମଗାଯାଇଛି। ଯେଉଁଥିରେ ଅଧିକ ହିତାଧିକାରୀ ଉପକୃତ ହେବେ, ସେହି ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯିବ। ଏହାସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ୟାସ କରାଯିବ। ଏଥିପାଇଁ ବିଭାଗଗୁଡ଼ିକୁ ଯୋଜନାର ତାଲିକା ପ୍ରସ୍ତୁତ କରି ସପ୍ତାହକ ମଧ୍ୟରେ ଦେବାକୁ କୁହାଯାଇଛି। କୁହାଯାଇଛି ଯେ ୨୦୩୬ ବିକଶିତ ଓଡ଼ିଶା ଗଠନ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହାକୁ ନଜରରେ ରଖି ବିଭାଗଗୁଡ଼ିକ ସେମାନଙ୍କ ଯୋଜନାର ତାଲିକା ଦେବେ। ଜୁନ୍ ୧୨ରେ ବିଜେପି ସରକାରର ଦ୍ବିତୀୟ ବର୍ଷ ପୂର୍ତ୍ତି ହେଉଥିଲେ ହେଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସୂଚୀ ଅନୁଯାୟୀ କାର୍ଯ୍ୟକ୍ରମର ତାରିଖ ଧାର୍ଯ୍ୟ ହେବ। ସେହିପରି ଦେଶରେ ତେଲ ସଂକଟ ଯୋଗୁ ରାଲି, ସରକାରୀ କାର୍ଯ୍ୟକ୍ରମ କାଣ୍ଟଛାଣ୍ଟ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିବାରୁ କିପରି ଅଧିକରୁ ଅଧିକ ଲୋକଙ୍କୁ କାର୍ଯ୍ୟକ୍ରମକୁ ଅଣାଯିବ, ସେ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

    Maximum 500 characters

    ଘରକରଣ View all

    Find Us on Facebook