Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏବିଭିପି ଯୁବକମାନଙ୍କୁ କେବଳ କ୍ୟାରିୟର ନୁହେଁ, ରାଷ୍ଟ୍ରସେବା ଓ ନେତୃତ୍ୱର ପଥ ମଧ୍ୟ ଦେଖାଉଛି : ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: May 29, 2026    Views: 2985

    ଭୁବନେଶ୍ୱର: ଏବିଭିପି ଯୁବକମାନଙ୍କୁ କେବଳ କ୍ୟାରିୟର ନୁହେଁ, ରାଷ୍ଟ୍ରସେବା ଓ ନେତୃତ୍ୱର ପଥ ମଧ୍ୟ ଦେଖାଉଛି। ‘ଜ୍ଞାନ, ଚରିତ୍ର ଏକତା’ର ମାର୍ଗଦର୍ଶକ ମନ୍ତ୍ରକୁ ଆତ୍ମସାତ କରି ବିଦ୍ୟାର୍ଥୀ ପରିଷଦ ସଦା ଛାତ୍ର କଲ୍ୟାଣ, ରାଷ୍ଟ୍ରହିତ ଓ ସାମାଜିକ ଚେତନାକୁ ନୂଆ ଦିଶା ଦେଇଆସିଛି।
    ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ପରିଷଦ ର ପୂର୍ବ ସନ୍ଧ୍ୟାରେ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମି ଭୁବନେଶ୍ୱର ସ୍ଥିତ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଭବ୍ୟ ‘ନାଗରିକ ଅଭିନନ୍ଦନ ସମାରୋହ’ ଆୟୋଜିତ ହୋଇଥିଲା। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ସହ ମଞ୍ଚାସୀନ ଥିଲେ ଏବିଭିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଧ୍ୟାପକ୍  ରଘୁରାଜ କିଶୋର ତିୱାରୀ, ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ଼ଃ ବୀରେନ୍ଦ୍ର ସିଂହ ସୋଲାଙ୍କି, ଓଡ଼ିଶା ପୂର୍ବ ପ୍ରାନ୍ତ ଅଧ୍ୟକ୍ଷ ଡ଼ଃ ଦେବେଶ ଶଙ୍କର ହୋତା, ଓଡ଼ିଶା ପୂର୍ବ ପ୍ରାନ୍ତ ସମ୍ପାଦକ ଦୀପ୍ତିମୟୀ ପ୍ରତିହାରୀ, ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ଶ୍ରୀ ପ୍ରବୋଧ ମହାନ୍ତି ଓ ଅଭ୍ୟର୍ଥନା ସମିତି ସାଧାରଣ ସମ୍ପାଦକ ଶ୍ରୀ ଅଜୟ ଅଗ୍ରୱାଲ। ଏହା ସହ ଏବିଭିପିର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ଆଶୀଷ ଚୌହାନ, ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ଶ୍ରୀ ଏସ୍. ବାଲକୃଷ୍ଣ, ଶ୍ରୀ ଗୋବିନ୍ଦ ନାୟକ ଓ ଶ୍ରୀ ଦେବଦତ୍ତ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ। ଭୁବନେଶ୍ୱରର ବିଶିଷ୍ଟ ନାଗରିକ, ବୁଦ୍ଧିଜୀବୀ ଏବଂ ଏବିଭିପିର ପୂର୍ବତନ କାର୍ୟ୍ୟକର୍ତ୍ତା ବହୁ ସଂଖ୍ୟାରେ ଏହି ସମାରୋହରେ ଯୋଗଦେଇଥିଲେ।

    ସମାରୋହ ସ୍ଥଳ ପରିସରରେ ‘ମହାରାଜା ଖାରବେଳ’ଙ୍କ ନାମରେ ଏକ ଭବ୍ୟ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ ଓଡ଼ିଶାର ଗୌରବମୟ ଇତିହାସ, ଲୋକପରମ୍ପରା ଏବଂ ଏବିଭିପି ଦ୍ୱାରା ସାରାବର୍ଷ ଚାଲିଥିବା ବିଭିନ୍ନ କାର୍ୟ୍ୟକଳାପକୁ ପ୍ରଦର୍ଶିତ କରାଯାଇଥିଲା। ୩୦ ଜଣ ଛାତ୍ରଛାତ୍ରୀଙ୍କ ୧୨୦ ଘଣ୍ଟାର ନିଷ୍ଠାପୂର୍ଣ୍ଣ ପରିଶ୍ରମରେ ଏହି ପ୍ରଦର୍ଶନୀ ପ୍ରସ୍ତୁତ ହୋଇଥିଲା। ସମାରୋହ ସମୟରେ ମୁଖ୍ୟମନ୍ତ୍ରୀ ପ୍ରଦର୍ଶନୀ ନିର୍ମାଣରେ ଅବଦାନ ରଖିଥିବା ସମସ୍ତ କାର୍ୟ୍ୟକର୍ତ୍ତାଙ୍କ ଓ ସେମାନଙ୍କର ମାର୍ଗଦର୍ଶକମାନଙ୍କୁ ସମ୍ମାନିତ କରିଥିଲେ। ପ୍ରଦର୍ଶନୀର ଉଦ୍ଘାଟନ ସକାଳେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେ.ବି. ରାଉଟ, ଏବିଭିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରଫେସର ରଘୁରାଜ କିଶୋର ତିୱାରୀ, ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ଼ଃ ବୀରେନ୍ଦ୍ର ସିଂହ ସୋଲାଙ୍କି ଏବଂ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ଆଶୀଷ ଚୌହାନଙ୍କ ଉପସ୍ଥିତିରେ ହୋଇଥିଲା। ଉଲ୍ଲେଖନୀୟ ଯେ, ଏବିଭିପିର ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ପରିଷଦ ବୈଠକ ୨୯ରୁ ୩୧ ମେ ୨୦୨୬ ପର୍ୟ୍ୟନ୍ତ ଆୟୋଜିତ ହେବ, ଯେଉଁଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୪୮୪ ଜଣ ପ୍ରତିନିଧି କାର୍ୟ୍ୟକର୍ତ୍ତା ଯୋଗଦେବେ।

    ‘ନାଗରିକ ଅଭିନନ୍ଦନ ସମାରୋହ’କୁ ସମ୍ବୋଧିତ କରି ମୁଖ୍ୟ ଅତିଥି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ, “ଓଡ଼ିଶାର ମନ୍ଦିରମାଳିନୀ ନଗର ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ପରିଷଦ ର ଯୋଗଦେବାକୁ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଶକ୍ତିଙ୍କୁ ମୁଁ ସ୍ୱାଗତ ଜଣାଉଛି। ‘ଜ୍ଞାନ, ଚରିତ୍ର ଏକତା’ର ମାର୍ଗଦର୍ଶକ ମନ୍ତ୍ରକୁ ଆତ୍ମସାତ କରି ବିଦ୍ୟାର୍ଥୀ ପରିଷଦ ସଦା ଛାତ୍ର କଲ୍ୟାଣ, ରାଷ୍ଟ୍ରହିତ ଓ ସାମାଜିକ ଚେତନାକୁ ନୂଆ ଦିଶା ଦେଇଆସିଛି।”

    Maximum 500 characters

    ରାଜ୍ୟ ଖବର View all

    Find Us on Facebook